ଗାଁ ରାସ୍ତାରେ ଆଣ୍ଠୁଏ ପାଣି
ଜଗତସିଂହପୁରରୁ ରଞ୍ଜନ ଖୁଣ୍ଟିଆ : ବର୍ଷା ଅସରାଏ ହେଲେ ଗାଁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଯାହାଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି । ସ୍ଥାନୀୟ ଅଞ୍ଚଳ ସହ ଅନ୍ୟ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ଏଭଳି ପରିସ୍ଥିତିରେ ରୋଗୀ ହସ୍ପିଟାଲ, ଛାତ୍ର ଛାତ୍ରୀ ସ୍କୁଲ ଯାତାୟାତରେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବା ହେଉଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଡାବର ପଞ୍ଚାୟତ ଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଅଞ୍ଚଳକୁ ସଂଯୋଗ କରୁଛି ୩ ପଞ୍ଚାୟତ । ହେଲେ ଯାତାୟାତ ପାଇଁ ରାସ୍ତା ଥିଲେ ସୁଦ୍ଧା ଅସରରାଏ ବର୍ଷା ହେଲେ ଜଳମଗ୍ନ ହୋଇ ଯାଏ ରାସ୍ତା । ଏହି ରାସ୍ତାରେ ଖାଲଖମା ଭର୍ତ୍ତି ହୋଇଛି । ଯାହାଫଳରେ ବର୍ଷା ହେଲେ ସ୍ଥାନୀୟ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାରେ ଲୋକେ ଯାଅ, ଆସ କରିବା ଦୂର କଥା, ସାଇକେଲରେ ଯିବା ବି କଷ୍ଟକର । ଗାଁକୁ ସଂଯୋଗ କରୁଥିବା ଗାଁ ରାସ୍ତାରେ ଆଣ୍ଠୁଏ ପାଣିର ସୁଅ ପଡୁଛି । ଅନ୍ୟ ରାସ୍ତାରେ ବର୍ଷା ହୋଇ ଘାଇ ହୋଇଯାଇଛି । ଏହି ଡାବର ଗ୍ରାମରେ ୧୨୦ ପରିବାର ବସବାସ କରନ୍ତି । ଏହି ରାସ୍ତାରେ ଆଉ ପାଞ୍ଚଟି ଗ୍ରାମବାସୀ ଯାତାୟତ କରନ୍ତି । ପଛ ଅଡଙ୍ଗା, ପଞ୍ଚିମେଶ୍ୱର, ଅଢ଼ଙ୍ଗା, ତେଲଘଡି, ବେଲବଣ ଏହି ୫ ଗାଁର ୧୦୦୦ ପରିବାର ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଗାଁ ସ୍କୁଲକୁ ମଧ୍ୟ ଅନ୍ୟ ଦୁଇ ଗାଁର ପିଲା ବର୍ଷା ଦିନେ ଯାଇ ପାରନ୍ତି ନାହିଁ । ରାସ୍ତା ପାର ହେବା ପାଇଁ ପାଣିର ସୁଅ ଦେଖି ଆସିବାକୁ ହୁଏ । ଗାଁ ଭିତରକୁ ବାଇକଟିଏ ନେଲେ ଦୁଇରୁ ଚାରି ଜଣ ଲୋକ ଲୋଡା ହୁଅନ୍ତି । ଏହି ରାସ୍ତାର ମରାମତି ଲାଗି ସ୍ଥାନୀୟ ଲୋକେ, ସ୍ଥାନୀୟ ଲୋକ ପତିନିଧି ହୁଅନ୍ତୁ କିମ୍ବା ବ୍ଲକ ପ୍ରଶାସନ ଜିଲ୍ଲା ପଶାସନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟକାରୀ ଶୂନ । ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।