ଜିଲ୍ଲାପାଳଙ୍କ ଅଫିସ୍ ଘେରିବ କଂଗ୍ରେସ

 ଜଗତସିଂହପୁର : ରାଜ୍ୟରେ ହୁ ହୁ ହୋଇ ବଢୁଥିବା ନାରୀ ନିର୍ଯାତନା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୋମବାର ଦିବା ୧୦ ଘଟିକାରେ ଜିଲ୍ଲାପାଳଙ୍କ କାର୍ଯାଳୟ ଘେରାଉ କରିବାକୁ ସ୍ଥିର କରାଯାଇଛି  । ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ତଥା ବରିଷ୍ଠ କଂଗ୍ରେସ ନେତା ସନତ୍ ଦାସ ଘେରାଉ କାର୍ଯ୍ୟକ୍ରମ ଉପରେ ପିସିସି ନିଦେ୍ର୍ଦଶାବଳୀ ସୂଚନା ଦେବା ସହ ଏହାକୁ ସଫଳ କରିବାକୁ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନର କଂଗ୍ରେସ କର୍ମୀ ଯଥା ବାଲିକୁଦା ପୂର୍ବତନ ବିଧାୟକ ଡ. ଲଲାଟେନ୍ଦୁ ମହାପାତ୍ର, ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀର ଇଂ ନଳିନୀ ସ୍ୱାଇଁ, ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ପ୍ରତିମା ମଲ୍ଲିକ, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ନିରଞ୍ଜନ ନାୟକ, ନାଉଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ପିସିସି ସଭ୍ୟ ଦେବ ପ୍ରସାଦ ନାୟକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ମାନସ ରଥ, ଅଭୟ ମହାନ୍ତି, ଡ. ଜଗଦାନନ୍ଦ ବେହେରା, ଇମିତିୟାଜ ଅହମ୍ମଦ ଖାଁ, ବଲ୍ଲଭାନନ୍ଦ ସ୍ୱାଇଁ, ପ୍ରିୟବ୍ରତ ମିଶ୍ର, ପ୍ରଶାନ୍ତ ଦାସ, ବିକ୍ରମ ପରିଡ଼ା, କେଦାର ବିଶ୍ୱାଳ, ନିହାର ଦାସ, ମହନି ଚରଣ ରାଉତ, ଅବନୀକାନ୍ତ ମହାରଣା, ଇଂ ବେଦଦ୍ୟୁତି ପୃଷ୍ଟି, ଜ୍ଞାନ ରଞ୍ଜନ ଜେନା, ସାଫି ଆଜମ୍, ଅଶ୍ୱିନୀ ସ୍ୱାଇଁ, ଆର୍ତ୍ତତ୍ରାଣ ପଣ୍ଡା, କୃଷ୍ଣଚନ୍ଦ୍ର ପ୍ରଧାନ, ଉମେଶ ସ୍ୱାଇଁ, ଦେବୀ ପ୍ରସାଦ ଜେନା, ରାକେଶ ସ୍ୱାଇଁ, ସାଇ ପ୍ରଭଞ୍ଜନ ମହାପାତ୍ର, ସୁକାନ୍ତ ମହାପାତ୍ର, ରିଙ୍କୁ ପାଲ, ସମରେନ୍ଦ୍ର ମହାପାତ୍ର, ସରୋଜ ବାରିକ, ଶିବାଶିଷ ସ୍ୱାଇଁ, ଧୃବଚରଣ କାଣ୍ଡି, ରବିନ୍ଦ୍ର ମଲ୍ଲିକ, ରୁଦ୍ର ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ଆନେ୍ଦାଳନକୁ ସଫଳ କରିବାକୁ ନିଜର ମତାମତ ପ୍ରଦାନ କରିଥିଲେ ।