ଜାତୀୟ ଉପଭୋକ୍ତା ଦିବସ ପାଳିତ

 ଜଗତସିଂହପୁର: ସାରା ବିଶ୍ୱରେ ଉପଭୋକ୍ତାଙ୍କ ସ୍ୱାର୍ଥକୁ ପରିପୂରଣ ଓ ସଚେତନ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ମାସ ୨୪ ତାରିଖକୁ ଜାତୀୟ ଉପଭୋକ୍ତା ଦିବସ ଭାବେ ପାଳନ କରାଯାଏ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା କକ୍ଷରେ ଆଞ୍ଚଳିକ ଖାଉଟି ସୁରକ୍ଷା ସଙ୍ଘ ଲଥାଙ୍ଗ ସଭାପତି ସ୍ନେହମୟୀ ଆଚାର୍ଯ୍ୟଙ୍କ ସଂଯୋଜନା ତଥା ଉଦ୍ୟମ ଓ ବୈଧ ମାପ ବିଜ୍ଞାନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଜାତୀୟ ଉପଭୋକ୍ତା ଦିବସ ବରଣ୍ୟ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ପାଳନ କରାଗଲା । କାର୍ଯ୍ୟକ୍ରମର ସୂତ୍ରଧର ଭାବେ ପଣ୍ଡିତ ଡ. ସିଦେ୍ଧଶ୍ୱର ପଣ୍ଡା ବିଷୟ ବସ୍ତୁ ଉପସ୍ଥାପନା କରିବା ସହ ସ୍ନେହମୟୀ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଯୁଗ୍ମ ନିୟନ୍ତ୍ରକ, ବୈଧ ମାପ ବିଜ୍ଞାନ ଗୌରାଙ୍ଗ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ସମ୍ମାନୀତଅତିଥି ଅର୍ଚ୍ଚନା ସିଂ, ଅଧ୍ୟକ୍ଷା ଜଗତସିଂହପୁର ପୌରପାଳିକା, ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ, ମୁଖ୍ୟବକ୍ତା ପ୍ରଭାତ କୁମାର ପାଢ଼ୀ, ସଭାପତି ଡିସିଡିଆରସି, ସୁଜାତା ମିଶ୍ର, ଦେବେନ୍ଦ୍ର ମଲ୍ଲିକ ଅଧ୍ୟକ୍ଷ, ଡ. ସୁନାକାର ବେହେରା ସଭାପତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପ୍ରମୁଖ ଆଭାସୀ ନ୍ୟାୟାଳୟ ମାଧ୍ୟମରେ ଉପଭୋକ୍ତାମାନେ କିପରି ନ୍ୟାୟ ପାଇପାରିବେ ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ଉପଭୋକ୍ତା କର୍ମୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଶେଷରେ ପ୍ରଶ୍ନୋତ୍ତର ମାଧ୍ୟମରେ ବିବିଧ ପ୍ରସଙ୍ଗ ଉପରେ ଆଲୋଚନା ଓ ପ୍ରତ୍ୟାଲୋଚନା କରାଯାଇଥିଲା ।