ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
road Sefety
ଜଟଣୀ ସହରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ "ସମ୍ଭାବନା ପରିବାର’ ଓ ସୀତାରାମ ଛକ ଅଟୋ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ବିଭିନ୍ନ ପ୍ରକାର ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର ପୂର୍ବକ ଏକ ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହାପରେ ସୀତାରାମ ଛକ ନିକଟରେ ଏକ ସଚେତନତା ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବ୍ୟକ୍ତିବିଶେଷ, ଥାନା କର୍ମଚାରୀ, ଖୋର୍ଦ୍ଧା ପରିବହନ ବିଭାଗ, ଆଇନଜୀବୀ, ଓଡ଼ିଶା ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଲିଫଲେଟ୍, ଚକୋଲେଟ୍ ଏବଂ ଗୋଲାପ ଫୁଲ ବଣ୍ଟନ କରି ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ଉଦେ୍ଦଶ୍ୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଅତିଥି ଖୋର୍ଦ୍ଧା ପରିବହନ ବିଭାଗ ଏସ୍ଆଇ ତୃପ୍ତିରେଖା ଜେନା, ଓଡ଼ିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅନିଲ ହାତୀ, ସୀତାରାମ ଛକ ଅଟୋ ଆସୋସିଏସନ୍ ସମ୍ପାଦକ ସୁଶାନ୍ତ ପ୍ରଧାନ ଗୁଣ୍ଟ, ଉପସଭାପତି ଗଣେଶ ନାୟକ, ସମାଜସେବୀ ଜଗଦୀଶ ପ୍ରସାଦ ଅଗ୍ରୱାଲ, ପ୍ରକାଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ସଡ଼କ ଦୁର୍ଘଟଣାର ଭୟାବହତା ସମ୍ପର୍କରେ ଉପସ୍ଥିତ ଜନସାଧାରଣ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସମ୍ୟକ ଧାରଣା ଦେବା ସହ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ସମସ୍ତଙ୍କୁ ଏବେଠାରୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପରାମର୍ଶଦାତା ଭାସ୍କର ଚନ୍ଦ୍ର ଡାକୁଆ, ସଭାପତି ସନ୍ତୋଷ ହୋତା, ସମ୍ପାଦକ ଦେବପ୍ରସାଦ ଦାଶ, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ ଓ ଶରତ କୁମାର ରେଡ୍ଡୀ, ସହ ସମ୍ପାଦକ ଅମୀନ ରାଉତ ଓ ପରେଶ ପଟ୍ଟନାୟକ, କୋଷାଧ୍ୟକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ୱାଇଁ, ସ୍ମିତା ପଟ୍ଟନାୟକ, ଉପସଭାପତି ଦିଲୀପ କୁମାର ସିଂ, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ବେହେରା, ପରେଶ ପଟ୍ଟନାୟକଙ୍କ ସମେତ ସୁରଭି ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସୀତାରାମ ଛକ ଅଟୋ ଆସୋସିଏସନ୍ କାର୍ଯ୍ୟାଳୟ ସମ୍ମୁଖରେ ଏକ ଫାଷ୍ଟେଡବକ୍ସ ଲୋକାର୍ପିତ କରାଯାଇଥିଲା ।