ବିସ୍ଫୋରଣରେ ମହିଳା ମୃତ ଶିଶୁ ଆହତ

ଖୋର୍ଦ୍ଧା: ଘର ଭିତରେ ବିସ୍ଫୋରଣ ଘଟି ମହିଳା ମୃତ, ଶିଶୁ ଆହତ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଇଚ୍ଛାପୁର ଗାଁରେ ଘଟିଛି ଏଭଳି ଅଘଟଣ । ଆହତ ଶିଶୁ ବୋଲଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କର ନାମ ବେଗମ୍ ଓରପ ଲିଲି (୨୭) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଅଧୀନ ଇଚ୍ଛାପୁର ଗାଁର ବେଗମଙ୍କ ଘରେ ଅଚାନକ ବିସ୍ଫୋରଣ ଘଟିଥିଲା । ପଡୋଶୀ ଲୋକେ ବିସ୍ଫୋରଣସ୍ଥଳକୁ ଧାଇଁ ଆସିଥିଲେ । ତେବେ ବିସ୍ଫୋରଣରେ ବେଗମ୍ ଓ ଶିଶୁ ଗୁରୁତର ହୋଇଥିଲେ । ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବେଗମ ଓ ଶିଶୁଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ବେଗମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶିଶୁର ଅବସ୍ଥା ସଂକଟାପନ୍ନ ରହିଛି। ପୁଲିସ ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ। ଏକ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି । ତେବେ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ।