ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ 

ଜୟ ମହାକାଳ ଫାଉଣ୍ଡେସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଛି । ଜୟ ମହାକାଳ ଫାଉଣ୍ଡେସନ ଓଡ଼ିଶା ପକ୍ଷରୁ ଅସହାୟ ଲୋକଙ୍କୁ ପୋଷାକ ଓ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଯାଜପୁର ଜିଲ୍ଲାର ଯାଜପୁର-କେନ୍ଦୁଝର ରୋଡ଼ ରେଳଷ୍ଟେସନ ନିକଟ ଚୂନଭାଟି ଠାରେ ଥିବା ବିଭିନ୍ନ ବସ୍ତି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଇଛି । ତେବେ ଫାଉଣ୍ଡେସନ ସଦସ୍ୟ ମାନେ ବସ୍ତି ଅଞ୍ଚଳକୁ ଯାଇ ଫାଉଣ୍ଡେସନ ପକ୍ଷରୁ ସଂଗ୍ରହ କରାଯାଇଥିବା ନୂଆ, ପୁରୁଣା ସଫା ପୋଷାକ, ଶୀତବସ୍ତ୍ର ଆଦି ବସ୍ତି ବାସିନ୍ଦାଙ୍କୁ ଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଫାଉଣ୍ଡେସନ ସଭାପତି ମନୋଜ କୁମାର ଦାସଙ୍କ ସମେତ ସରୋଜ କୁମାର ପ୍ରଧାନ, ପ୍ରଦୀପ କୁମାର ଜେନା, ଚିନ୍ମୟ କୁମାର ଦାସ, ତନ୍ମୟ ଦାସ, ତପନ ଜେନା, ତ୍ରିଲୋଚନ ଜେନା, ସ୍ମୃତିମୟୀ ବେହେରା, ପ୍ରାର୍ଥନା ଦାସ ଆଦି ଯୋଗ ଦେଇଥିଲେ । ତେବେ ବସ୍ତି ବାସିନ୍ଦା ମାନେ ଖୁସି ବ୍ୟକ୍ତ କରିଥନ୍ତି । ବହୁ ଲୋକଙ୍କ ମୁହଁରେ ହସ ଫୁଟାଇ ଥିବାରୁ ଫାଉଣ୍ଡେସନ ସଦସ୍ୟ ମାନେ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସମାଜର ମଙ୍ଗଳ ପାଇଁ ଆଗକୁ ଆହୁରି ଅନେକ କାର୍ଯ୍ୟ କରିବାର ଅଛି ବୋଲି ଫାଉଣ୍ଡେସନ ତରଫରୁ କୁହାଯାଇଛି ।