ରୋମାଣ୍ଟିକ ଏଣ୍ଟ୍ରି ବେଳେ କନ୍ୟା ଫାୟାରିଂରେ ଜଳିଲା ବର ପଗଡି

ପୂର୍ବରୁ ବିବାହ ସରଳ ଭାବରେ ହେଉଥିଲା, କିନ୍ତୁ ବର୍ତ୍ତମାନ ଆଡମ୍ବର ଏବଂ ଚମତ୍କାର ପଛରେ ପଡ଼ି ଲୋକମାନେ ବିବାହ ଭଳି ଏକ ସୁନ୍ଦର ଏବଂ ସ୍ମରଣୀୟ ସମାରୋହକୁ ଏକ ପ୍ରଦର୍ଶନୀରେ ପରିଣତ କରିଦେଇଛନ୍ତି । ବିବାହ ଏକ ପବିତ୍ର ବନ୍ଧନ, ଯାହା ଅତ୍ୟନ୍ତ ଗମ୍ଭୀରତାରେ ବନ୍ଧା ହୋଇଥାଏ। କିନ୍ତୁ ବର୍ତ୍ତମାନ ସମୟରେ ବିବାହର ସଜ୍ଞା ବଦଳିଯାଇଛି ।
କନ୍ୟା ଫାୟାରିଂରେ ବର ପଗଡିରେ ନିଆଁ - ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ବିବାହିତ ଦମ୍ପତି ଏକ କାରର ରୁଫରୁ ବାହାରକୁ ଆସୁଛନ୍ତି । କନ୍ୟା ଏକ କ୍ରାକର ବନ୍ଧୁକ ଫୁଟାଇଲା ଏବଂ ବନ୍ଧୁକର ସ୍ପାର୍କିଂ ବରର ପଗଡ଼ିରେ ନିଆଁ ଲଗାଇଦେଲା। ଏହି ସମୟରେ, କନ୍ୟା ଉପରେ ମଧ୍ୟ ସ୍ପାର୍କିଂ ପଡ଼ିଥିଲା । ସେହି ସମୟରେ, ଜଣେ ବାରତୀ ଦୌଡ଼ି ଆସି ବରର ପଗଡ଼ିକୁ ଜୋରରେ ମାରି ତାହାକୁ କାଢ଼ିଦିଅନ୍ତି । ସୌଭାଗ୍ୟବଶତଃ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ ଏବଂ ଉଭୟ ସୁରକ୍ଷିତ ଅଛନ୍ତି, କିନ୍ତୁ ଏହି ଭିଡିଓରେ ଲୋକମାନେ ଏହି ବିବାହ ଦମ୍ପତି ଏବଂ ଅଭିନୟ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେଇଛନ୍ତି ।