ଗୋଲାପ ଫୁଲର ଔଷଧୀୟ ଗୁଣ

ଗୋଲାପ ଫୁଲର  ଔଷଧୀୟ ଗୁଣ

 ଫୁଲ ଭିତରେ ରାଣୀ କୁହାଯାଉଥିବା ଗୋଲାପର ଅନେକ ଔଷଧୀୟ ଗୁଣ ରହିଛି । ଗୋଲାପ ପାଖୁଡ଼ାରେ ତିଆରି ଗୋଲାପ ଜଳକୁ ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଇଥାଏ  । ପାରମ୍ପରିକ ଚାଇନିଜ୍ ମେଡିସିନରେ ଶହ ଶହ ବର୍ଷ ଧରି ରୋଜ୍ ଟି’କୁ ଋତୁସ୍ରାବ ସମୟର ଯନ୍ତ୍ରଣାକୁ କମ୍ କରିବା ପାଇଁ ଏବଂ ମାନସିକ ଶାନ୍ତି ପାଇଁ ଆଣ୍ଟି- ଡିପ୍ରେସାଣ୍ଟ୍ ଡ୍ରିଙ୍କ୍, ଷ୍ଟ୍ରେସ୍ ଫ୍ରି ଡ୍ରିଙ୍କ୍ ଭାବେ ବ୍ୟବହାର କରାଯାଇଛି । ଏହା ପ୍ରାକୃତିକ ଉପାୟରେ କ୍ୟାଫେନ୍ ଫ୍ରି ହୋଇଥିବାରୁ ମନକୁ ଶାନ୍ତ ରଖେ ଗୋଲାପ ପାଖୁଡ଼ାରେ ପ୍ରଚୁର ପରିମାଣରେ ଭିଟାମିନ୍ ରହିଛି । ଗୋଲାପ ଫୁଲ ହୃଦ୍ରୋଗ, ମଧୁମେହ ଓ କ୍ୟାନ୍ସର୍ ପ୍ରଭୃତି ରୋଗରୁ ରକ୍ଷା କରେ ।