ବିଜାପୁର ମାଓ ହମଲାରେ ଯବାନ ସହିଦ ଘଟଣା
ବିଜାପୁର ମାଓ ହମଲାରେ ଯବାନ ସହିଦ ଘଟଣା । ନଈ ଭିତରେ ଚାଲିଛି ଶବ ଖୋଜା । ଗତ କାଲି ଛତିଶଗଡ ବିଜାପୁର ଅମ୍ବେଲି ଗାଁ ନିକଟରେ ଘଟିଥିବା ବିସ୍ଫୋରଣ ର ତିବ୍ରତା ଏତେ ଅଧିକ ଥିଲା ଯେ, ଏବେ ମଧ୍ୟ ଜଳ ଓ ସ୍ଥଳରେ ଯବାନଙ୍କ ମର ଶରୀରର ଅବଶିଷ୍ଟ ଅଂଶ ଖୋଜା ଚାଲିଛି । ବିଶେଷ କରି ମୃତ ଡ୍ରାଇଭରଙ୍କ ଶବ ଏଯାଏଁ ମିଳି ନଥିବାରୁ ଘଟଣାସ୍ଥଳରେ ଚାଲିଛି ଖୋଜା । ଅମ୍ବେଲି ଗାଁ ନଈରେ ସ୍କର୍ପିଓ ଡ୍ରାଇଭର ତୁଲେଶ୍ବର ରାଣାଙ୍କ ମୃତ ଦେହର ଅଂଶ ବିଶେଷକୁ ଖୋଜୁଛନ୍ତି ବୁଡାଳିମାନେ। ଏପଟେ ବିଜାପୁର ବିସ୍ଫୋରଣ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଛତିଶଗଡ଼ ପୁଲିସ ଡିଜି । ଗତକାଲି ଯବାନଙ୍କ ସ୍କର୍ପିଓ ଗାଡିକୁ କେମିତି ଟାର୍ଗେଟ କଲେ ମାଓବାଦୀ । କେଉଁଠି ରହିଲା ତୃଟି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପୁଲିସ ଡିଜି ଅଶୋକ ଜୁନେଜା, ଆଇଜି ଅପରେଶନ ବିବେକାନନ୍ଦ ସିନ୍ହା, ବସ୍ତର ଆଇଜି ସୁନ୍ଦର ରାଜ ପି, ଦାନ୍ତେୱାଡା ରେଂଜ ଡିଆଇଜି କମଲଲୋଚନଙ୍କ ପ୍ରମୁଖ ଘଟଣାସ୍ଥଳକୁ ଯାଇ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି । ତେବେ ଯବାନ ମାଓବାଦୀଙ୍କ ଲଢେଇ ମଧ୍ୟରେ ଯବାନଙ୍କ ମନୋବଳ ଏବେ ବି ଉଚ୍ଚ ରହିଥିବା ବରିଷ୍ଠ ଅଧିକାରୀ ମାନେ ସୁଚନୀ ଦେଇଛନ୍ତି ।