ବଡ଼ ରୋଗର ରହିଛି ମହୌଷଧି ସଜନା ଶାଗ
ସଜନା ଶାଗକୁ ବିଭିନ୍ନ ଜାଗାରେ ଲୋକେ ଭିନ୍ନ ଭିନ୍ନ ନାଁରେ ଜାଣନ୍ତି। ଅନେକ ସ୍ଥାନରେ ଏହାକୁ ସଜନା କହୁଥିବା ବେଳେ ଆଉ କେତେକ ଏହାକୁ ମୁନଗା ଓ ମୁରଙ୍ଗା ପତ୍ର ବୋଲି କହିଥାନ୍ତି। ଏହାର ପତ୍ର ଓ ଛୁଇଁରେ ଅନେକ ଔଷଧୀୟ ଗୁଣ ରହିଛି। ସଜନା ଶରୀର ପାଇଁ ଖୁବ୍ ଉପକାରୀ ।
ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ
୫ ଗ୍ଲାସ କ୍ଷୀରରେ ଯେତିକି କ୍ୟାଲସିୟମ ରହିଛି ୧୦୦ ଗ୍ରାମ ସଜନା ପତ୍ରରେ ସେତିକି କ୍ୟାଲିସିୟମ ରହିଥାଏ। ଗୋଟିଏ ଲେମ୍ବୁ ତୁଳନାରେ ଏଥିରେ ୫ ଗୁଣା ଅଧିକ ଭିଟାମିନ୍ ସି ରହିଥାଏ।ଖାଲି ସେତିକି ନୁହଁ ଏହାର ପତ୍ରରେ ପ୍ରୋଟିନ, ପୋଟାସିୟମ, ଆଇରନ୍, ମ୍ୟାଗ୍ନେସିୟମ ଓ ବି କମ୍ପ୍ଲେସ ଭଳି ପ୍ରଚୁର ଭିଟାମିନ ରହିଛି। ସଜନା ପତ୍ର ରଶ ପିଇଲେ ଡାଇରିଆ, ହଇଜା, ଜଣ୍ଡିସ୍ ଓ ଆମାଶୟ ଭଳି ରୋଗ ଭଲ ହୋଇଥାଏ। ଏହାର ଛୁଇଁ ଓ ପତ୍ରକୁ ପାଣିରେ ସିଝାଇ ତାର ବାମ୍ଫକୁ ଶୁଙ୍ଘିଲେ ଥଣ୍ଡାରୋଗୀର ଶ୍ୱାସକ୍ରିୟାକୁ ଆରାମ ମିଳିଥାଏ। ଗର୍ଭାବସ୍ଥାରେ ସଜନା ଫୁଲ ଓ ଛୁଇଁ ଖାଇବା ଦ୍ୱାରା ଉଭୟ ମା’ ଓ ପିଲା ପାଇଁ ଲାଭକାରୀ ହୋଇଥାଏ। ଏହା ମଣିଷର ସେକ୍ସ ପାଓ୍ୱାର ମଧ୍ୟ ବଢ଼ାଇଥାଏ। ପୁରୁଷଙ୍କ ଶୁକ୍ରାଣୁ ବଢ଼ାଇବା ଓ ଗାଢ଼୍ କରିବାରେ ଏହା ସହାୟକ ହୋଇଥାଏ। ସେହିପରି ମଳକଣ୍ଟକ ଓ କୋଷ୍ଟକାଠିନ୍ୟ ଭଳି ରୋଗ ପାଇଁ ଏହା ଉତ୍ତମ ଔଷଧୀର କାମ କରେ।