ବିନା କାମରେ ବିଲ୍ ପାସ୍ ହେବନି: ସାରଦା ପ୍ରଧାନ

ଭୁବନେଶ୍ବର: ଆଜି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ବିଧାନସଭାରେ କହିଛନ୍ତି, କୌଣସି ଠିକାଦାରଙ୍କ ବିଲ୍ ଅଟକା ଯାଇନାହିଁ । ପରୀ ହତ୍ୟାକାରୀ, ପିଏସଓ ହତ୍ୟାକାରୀ, ମାହାଙ୍ଗା ଡବଲ ମର୍ଡରରେ ସମ୍ପୃକ୍ତ ବିଜେଡି ନେତା ମାହାଙ୍ଗା ଯାଇ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି । ୪ ଜଣ କଣ ୪୦ଜଣ ଗଲେ ବି ବିନା କାମରେ ବିଲ୍ ପାସ୍ ହେବନି। ପରୀ ହତ୍ୟାକାରୀ, ପିଏସଓ ହତ୍ୟାକାରୀ, ମାହାଙ୍ଗା ଡବଲ ମର୍ଡରରେ ସମ୍ପୃକ୍ତ ବିଜେଡି ନେତା ମାହାଙ୍ଗା ଯାଇ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି । ୪ ଜଣ କଣ ୪୦ଜଣ ଗଲେ ବି ବିନା କାମରେ ବିଲ୍ ପାସ୍ ହେବନି। ଏହାସହ ବିଲ ପାସ ହୋଇନି ବୋଲି ସରପଞ୍ଚ, ଜିଲ୍ଲା ପରିଷଦ, ଚେୟାରମ୍ୟାନ କେବେ ଧାରଣାରେ ବସନ୍ତି କି ? ସେଠାକୁ ଯାଇଥିବା ବିଧାୟକମାନେ ଗଣ୍ଡଗୋଳକାରୀ। ବିଧାୟକମାନେ ଯିବାରୁ ଗଣ୍ଡଗୋଳ ହେଲା। ବିଧାୟକମାନେ କାହିଁକି ଯାଇଥିଲେ ବୋଲି ପ୍ରଶ୍ନ କରିବା ସହ, ଯେଉଁ ୫୦ ଜଣ ଧାରଣାରେ ବସିଥିଲେ, ସେମାନଙ୍କ ମଧ୍ୟରୁ ଠିକାଦାର କିଏ ? ପଞ୍ଚାୟତ ପ୍ରତିନିଧିମାନେ କଣ ଠିକାଦାର ? ବୋଲି ସେ ପ୍ରଶ୍ନ କରିଥିଲେ।
ଏହାସହ ବିଲ ପାସ ହୋଇନି ବୋଲି ସରପଞ୍ଚ, ଜିଲ୍ଲା ପରିଷଦ, ଚେୟାରମ୍ୟାନ କେବେ ଧାରଣାରେ ବସନ୍ତି କି ? ସେଠାକୁ ଯାଇଥିବା ବିଧାୟକମାନେ ଗଣ୍ଡଗୋଳକାରୀ। ବିଧାୟକମାନେ ଯିବାରୁ ଗଣ୍ଡଗୋଳ ହେଲା। ବିଧାୟକମାନେ କାହିଁକି ଯାଇଥିଲେ ବୋଲି ପ୍ରଶ୍ନ କରିବା ସହ, ଯେଉଁ ୫୦ ଜଣ ଧାରଣାରେ ବସିଥିଲେ, ସେମାନଙ୍କ ମଧ୍ୟରୁ ଠିକାଦାର କିଏ ? ପଞ୍ଚାୟତ ପ୍ରତିନିଧିମାନେ କଣ ଠିକାଦାର ? ବୋଲି ସେ ପ୍ରଶ୍ନ କରିଥିଲେ ।
ସୂଚନାଯୋଗ୍ୟ, ଶୁକ୍ରବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ମାହାଙ୍ଗା ପ୍ରସଙ୍ଗ। ବିଜେଡି ବିଧାୟକ ଅରୁଣ କହିଥିଲେ, ବିଜେଡିର କିଛି ବିଧାୟକ ମାହାଙ୍ଗା ଯାଇଥିଲେ। କାରଣ ସରକାର ବଜେଟ ଖର୍ଚ୍ଚ କରିବାରେ ଅସମର୍ଥ। ହିମାଳୟ ଭଳି ବଜେଟ ରଖୁଛନ୍ତି, କିନ୍ତୁ ଖର୍ଚ୍ଚ କରି ପାରୁନାହାନ୍ତି। ମାହାଙ୍ଗାରେ ପଞ୍ଚାୟତ ପ୍ରତିନିଧିମାନେ ଧାରଣାରେ ବସିଥିଲେ। ଖର୍ଚ୍ଚ ହୋଇପାରୁନି । ବିଧାୟକ କହିଲେ, ଯଦି ଦୁର୍ନୀତି ହୋଇଛି, ତାଙ୍କ ଗୋଡ଼ ଉପରକୁ କରିକି ବାଡ଼ାଅ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ଗୁଣ୍ଡାମାନଙ୍କ ଦ୍ଵାରା ମାଡ଼ ମରାଯାଇଛି । ସବୁ ପଞ୍ଚାୟତରେ କାମ ବନ୍ଦ । ଯଦି କାମ ବନ୍ଦ ଅଛି, ତେବେ ଖର୍ଚ୍ଚ କେତେବେଳେ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ବାଚସ୍ପତି ନିର୍ଦ୍ଦେଶ ଦାବି କରିଛନ୍ତି ଅରୁଣ ସାହୁ। ମାର୍ଚ୍ଚ ୩୧ ସୁଦ୍ଧା ଗତ ବଜେଟ୍ ଖର୍ଚ୍ଚ କରନ୍ତୁ ସରକାର। ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ସରକାର ସୁରକ୍ଷା ଦିଅନ୍ତୁ ବୋଲି କହିଛନ୍ତି ଅରୁଣ।