ହେମାମାଳିନୀଙ୍କ ଭାରତନାଟ୍ୟମ୍ ପରିବେଷଣ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ବୃନ୍ଦାବନ ମହୋସôବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋସôବରେ ମଥୁରାର ସାଂସଦ ଓ ବିଶିଷ୍ଟ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ହେମାମାଳିନୀ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ନୃତ୍ୟଶିଳ୍ପୀ ହେମାମାଳିନୀ, ବିଶିଷ୍ଟ ସଂଗୀତଜ୍ଞ ହରିପ୍ରସାଦ ଚୌରସିଆ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ସର୍ବପ୍ରଥମେ "ପୁଷ୍ପାଞ୍ଜଳି', "ଗଣେଶ ଆରାଧନା',"ଲକ୍ଷ୍ମୀ ସ୍ତୁତି'ରେ ନୃତ୍ୟ ଆରମ୍ଭ କରିଥିଲେ ନୃତ୍ୟଶିଳ୍ପୀ ହେମାମାଳିନୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ "ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି' ଭଜନରେ ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ଏଥିସହ ଜୟଦେବଙ୍କ "ଗୀତଗୋବିନ୍ଦ' ଉପରେ ଆଧାରିତ ହେମାଙ୍କ ନୃତ୍ୟ ବିଶେଷ ଆକର୍ଷଣ ରହିଥିଲା । ଏହି ଅବସରରେ ନୃତ୍ୟଶିଳ୍ପୀ ହେମାମାଳିନୀ କହିଥିଲେ ଯେ, "ଓଡ଼ିଶା ହେଉଛି ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଭୂମି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିକୁ ଆସି ନୃତ୍ୟ ପରିବେଷଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ । କାର୍ଯ୍ୟକ୍ରମ ଶେଷରେ ନୃତ୍ୟଶିଳ୍ପୀ ହେମାମାଳିନୀ ରଙ୍ଗର ପର୍ବ ହୋଲି ଉପଲକ୍ଷେ ଉପସ୍ଥିତ ଅତିଥି ଓ ଦର୍ଶକମାନଙ୍କ ସହ ରଙ୍ଗ ଖେଳିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।