ମମତା ପ୍ରସଙ୍ଗ ରାଜନୀତିରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି:ସରୋଜିନୀ ହେମ୍ବ୍ରମ

ମମତା ପ୍ରସଙ୍ଗ ରାଜନୀତିରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି:ସରୋଜିନୀ ହେମ୍ବ୍ରମ

ଭୁବନେଶ୍ବର: ବିଜେପିର ପ୍ରଲୋଭନରେ ପ୍ରଭାବିତ ହୋଇ ବିଜେଡି ଛାଡ଼ିଛନ୍ତି ମମତା ମହନ୍ତ । ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ମମତା । କୁଡୁମି ସମାଜକୁ ଯଥେଷ୍ଟ ଗୁରୁତ୍ୱ ଦେଇ ମମତାଙ୍କୁ ରାଜ୍ୟସଭା ପଠାଇ ଥିଲେ ନବୀନ ସରକାର । ମହିଳା ସଶକ୍ତିକରଣ ପଦକ୍ଷେପ ଭାବେ ଜିଲ୍ଲା ପରିଷଦରୁ ରାଜ୍ୟସଭା ସାଂସଦ ହୋଇଥିଲେ ମମତା । ମମତା ମହନ୍ତ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ପୁରୁଣା ଦଳ ପକ୍ଷରୁ ଏଭଳି ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ବିଜେଡି ନେତ୍ରୀ ସରୋଜିନୀ ହେମ୍ବ୍ରମ କହିଛନ୍ତି, "ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡ଼ି ତଥା ରାଜ୍ୟସଭାର ସଦସ୍ୟ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି । ଦଳକୁ ସେ ଯେଭଳି ଧୋକା ଦେଇ ବିଜେପିରେ ସାମିଲ ହେଲେ ତାହା ରାଜନୀତିରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ମହିଳାଙ୍କୁ ଶସକ୍ତ କରିବା ଉଦ୍ଦେଶ୍ୟରେ ନବୀନ ପଟ୍ଟନାୟକ ସରକାର ବହୁବିଧ ଯୋଜନା କରିଥିଲେ । ସେହିକ୍ରମରେ ମମତା ମହାନ୍ତ ପରି ଜଣେ କୁଡୁମି ସମାଜର ପଛୁଆ ବର୍ଗର ମହିଳାଙ୍କୁ ପ୍ରଥମେ ଜିଲ୍ଲାପରିଷଦ ସଦସ୍ୟା, ଜିଲ୍ଲା ସଭାନେତ୍ରୀ ଓ ରାଜ୍ୟସଭା ସାଂସଦ ଭାବେ ବିଜୁ ଜନତା ଦଳ ତରଫରୁ ମନୋନୀତ କରାଯାଇଥିଲା । ଆମର ସୌଭାଗ୍ୟ ଯେ ନବୀନ ପଟ୍ଟନାୟକ ମୋତେ ଓ ମମତା ମହାନ୍ତଙ୍କ ପରି ଅନେକ ମହିଳାଙ୍କୁ ଲୋକ ପ୍ରତିନିଧି ହେବା ପାଇଁ ସାମର୍ଥ୍ୟ ଓ ସୁଯୋଗ ଦେଇଛନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ ସରକାରଙ୍କ ଦ୍ୱାରା କୁଡୁମି ସମାଜକୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଛବିଶଟି ବ୍ଲକ ପାଇଁ କୁଡୁମି ଭବନ ନିର୍ମାଣ ସକାଶେ ପଚିଶ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଓଡ଼ିଆ ସ୍ପଷ୍ଟ ନୁ୍ୟଜ ସେହିପରି ରାଇରଙ୍ଗପୁରରେ କୁଡୁମି ଭବନ ନିର୍ମାଣ ପାଇଁ ନବୀନ ସରକାରଙ୍କ ଦ୍ୱାରା ତିରିଶ ଡେସିମିଲ ଜମି ପ୍ରଦାନ କରି ଏକ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ପାଇଁ, ପ୍ରଥମ ଫେଜରେ ତିରିଶ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଥିଲା । ଯାହାର ନିର୍ମାଣ କାର୍ୟ୍ୟ ଏବେ ଚାଲୁ ରହିଛି । ମମତା ତାଙ୍କ ଇସ୍ତଫା ପତ୍ରରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ ଭିତ୍ତିହୀନ ଓ ନିନ୍ଦନୀୟ । ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଯାଇ ମମତା ମହାନ୍ତ କେବଳ ବିଜେଡି ନୁହେଁ ବରଂ ସମଗ୍ର କୁଡୁମି ସମାଜ ଓ ମୟୁରଭଞ୍ଜ ଜିଲ୍ଲାକୁ ଧୋକା ଦେଇଛନ୍ତି ।