କାହିଁକି ଦିଲ୍ଲୀରେ ବବି ଓ ପାଣ୍ଡିଆନ୍
ElectionResult

ଭୁବନେଶ୍ୱର : ଦିଲ୍ଲୀ ଯାଇଛନ୍ତି ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନ୍ । ଗୋଟିଏ ପଟେ ବିଜେଡ଼ି ନିର୍ବାଚନରେ ମାଟି କାମୁଡ଼ିଥିବାବେଳେ ଦୁଇ ଟାଣୁଆ ନେତାଙ୍କ ଦିଲ୍ଲୀଗସ୍ତକୁ ନେଇ ଚର୍ଚ୍ଚା ଜୋରଧରିଛି । ସେମାନେ ହଠାତ କାହିଁକି ଦିଲ୍ଲୀ ଗଲେ ତାହାକୁ ନେଇ ଉଭୟ ବିଜେଡ଼ି ଓ ବିଜେପି ଶିବିରରେ ଆଲୋଡ଼ନ ସୃଷ୍ଟିହୋଇଛି । ଦିଲ୍ଲୀରେ ସେମାନେ କାହାକୁ ଭେଟିବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସମ୍ଭବତଃ ବିଜେପି ମ୍ୟାଜିକ ଅଙ୍କ ଠାରୁ ଅଳ୍ପ କିଛି ସିଟ୍ ଅଧିକ ନେଇଛି । ବିଜେପିର ବିଧାୟକଙ୍କ ମଧ୍ୟରେ କେତେକ ପୁରୁଣା ବିଜେଡ଼ି ନେତା ମଧ୍ୟ ରହିଛନ୍ତି । ବିଜେଡ଼ିର କିଛି ନେତା ସେମାନଙ୍କ ସହ ଆଜି ଦ୍ୱିପ୍ରହରରୁ ଯୋଗସୂତ୍ରରେ ବି ରହିଥିବା ଜାଣିବାକୁ ମିଳିଛି । ଏମିତିକି କଂଗ୍ରେସ ସହ ବିଜେଡ଼ିର ମେଣ୍ଟ ହେବା ନେଇ ମଧ୍ୟ ଗତ କିଛିଦିନ ଧରି ଚର୍ଚ୍ଚା ହେଉଥିଲା । ତେଣୁ କଂଗ୍ରେସ ନେତାଙ୍କ ସହ ଆଲୋଚନା ପାଇଁ ସେମାନେ ଦିଲ୍ଲୀ ଯାଇଛନ୍ତି ନା ବିଜେପି ସହ ସନ୍ଧି କରିବାକୁ ଯାଇଛନ୍ତି ତାହାକୁ ନେଇ ଏବେ ସରଗରମ ଚର୍ଚ୍ଚା ହେଉଛି ।