ଶ୍ରାବଣ ପ୍ରଥମ ସୋମବାର ଆଜି , ଶୈବପୀଠରେ ଭିଡ଼ ପ୍ରବଳ

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏନେଇ ରାଜ୍ୟ ଏବଂ ରାଜଧାନୀରେ ଥିବା ଶୈବପୀଠଗୁଡ଼ିକ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଭଗବାନ ଶିବଙ୍କଠାରେ ଜଳଲାଗି କରିଛନ୍ତି। ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ, କପିଳାସ ଭଦ୍ରକର ଆରଡ଼ି ଏବଂ କଟକର ଧବଳେଶ୍ବର ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଲାଗିଛି। ଏହି ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।