"ବିକଶିତ ଓଡିଶା ସମ୍ମିଳନୀ’ରେ ମୁଖ୍ୟମନ୍ତ୍ରୀ: ମୋହନଙ୍କ ଫୋକସରେ କୃଷି ଓ ଶିଳ୍ପ

ଭୁବନେଶ୍ୱର: ଓଡ଼ିଶାକୁ ସର୍ବଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସ୍ଥାନ ଦେବା ଆମର ଏକମାତ୍ର ଲକ୍ଷ୍ୟ । କୃଷି, ଶିଳ୍ପ ଓ ସାମାଜିକ ବିକାଶକୁ ଗ୍ରୋଥ୍ ଇଞ୍ଜିନ୍ ଭାବେ ନେଇ ଆମେ କାର୍ଯ୍ୟ ଆରମ୍ଭ କରିଛୁ । ରାଜ୍ୟକୁ ମାନୁଫାକଚରିଂ ହବରେ ପରିଣତ କରିବା ପାଇଁ ଉଦ୍ୟମ ଜାରିରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଓ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକଶିତ ଓଡ଼ିଶା ‘ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ରର ଉଦଯାପନୀ ଉସôବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତିଯେ, ଦେଶର ସର୍ବଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ଭିତରେ ଓଡିଶାକୁ ସ୍ଥାନ ଦେବା ଆମ ସରକାରଙ୍କ ପ୍ରଥମ ଏବଂ ଏକମାତ୍ର ଲକ୍ଷ୍ୟ ।
ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଗାମୀ ମାସରେ ହେବାକୁ ଥିବା ଜିଏସଟି ସଂସ୍କାର, ଦେଶର ବାଣିଜ୍ୟ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ । ଆମର ଏହି ଲକ୍ଷ୍ୟ ହାସଲ ପାଇଁ କୃଷି, ଶିଳ୍ପ ଓ ସାମାଜିକ ବିକାଶକୁ ଗ୍ରୋଥ୍ ଇଞ୍ଜିନ୍ ଭାବେ ନେଇ ଆମେ କାର୍ଯ୍ୟ ଆରମ୍ଭ କରିଛୁ । ଆମର ସାମଗ୍ରିକ ବିକାଶ ଆବଶ୍ୟକ ।
ଖଣିଜ ସମ୍ପଦର ଉପଯୋଗରେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହିତ ଏକ ମାନୁଫାକ୍ଚରିଂ ହବ୍ରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଅବ୍ୟାହତ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ଆମର ଖଣି ଏବଂ ଧାତୁ, କେମିକାଲ୍ସ-ପେଟ୍ରୋକେମିକାଲ୍ସ, ଆଇଟି, ଷ୍ଟାର୍ଟଅପ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଏମ୍ଏସ୍ଏମ୍ଇ ଆଦି କ୍ଷେତ୍ରର ବିକାଶକୁ ମଧ୍ୟ ଗୁରୁତ୍ୱ ଦେଉଛୁ । ଓଡିଶାରେ ବିକାଶ କୌଣସି ଗୋଟେ ନିର୍ଦ୍ଦିଷ୍ଟ କ୍ଷେତ୍ର ବା ବର୍ଗଙ୍କ ପାଇଁ ହେବନାହିଁ । ଏହା ହେବ ସମାବେଶୀ ବିକାଶ । ଏଥିପାଇଁ ଆମେ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରିଛୁ, ଏହା ହେଉଛି ଆମ ରାଜ୍ୟର ସାଢେ ଚାରିକୋଟି ଲୋକଙ୍କ ସାମୂହିକ ସ୍ୱପ୍ନର ଦସ୍ତାବିଜ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମୃଦ୍ଧ ଓଡିଶା ଗଠନ ପାଇଁ ଆମକୁ ଦ୍ଭ ୭ ପୃଷ୍ଠାରେ...