ବିଦ୍ୟାଳୟ ମରାମତି ନାମରେ ଅନିୟମିତତା

 କାଳିଆପାଣି: ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ଚିଙ୍ଗୁଡ଼ିପାଳ ଆଶ୍ରମ ବିଦ୍ୟାଳୟ ମରାମତି ନାଁରେ ଅନିୟମିତତା ଅଭିଯୋଗ ହୋଇଛି । ଅଭିଯୋଗ ଭିତିରେ ଅନୁଧ୍ୟାନ କରିବାକୁ ଗଲେ ଶିକ୍ଷକ ଭିତରକୁ ପ୍ରବେଶ କରିବାକୁ ପ୍ରବେଶ ନିଶେଧ ବୋଲି କହୁଛନ୍ତି । ଯଦି ଅନୁଧ୍ୟାନ କରିବ, ତେବେ ଯନ୍ତ୍ରୀଙ୍କ ସହ ଆସିବାକୁ ପରାମର୍ଶ ଦେଉଛନ୍ତି । କୈାଣସିବି ଶିକ୍ଷାନୁଷ୍ଠାନ ମରାମତି ପାଇଁ ସରକାରୀ ସ୍ତରରେ ଅନୁଦାନ ଯୋଗାଇ ଦିଆଯାଉଛି । ଅନୁଦାନ ଅର୍ଥର ସଠିକ ବିନିଯୋଗ ହେଉଛି କି ନାହିଁ ବିଭାଗୀୟ ଯନ୍ତ୍ରୀଙ୍କୁ ଦାୟିତ୍ତ୍ୱ ଅର୍ପଣ କରାଯାଉଛି ।  ହେଲେ ଠିକାଦାର ଓ ତଦାରଖ କରୁଥିବା ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରୁ କାର୍ଯ୍ୟରେ ସ୍ୱଚ୍ଛତା ରହୁନି । ଆଶ୍ରମ ବିଦ୍ୟାଳୟ ମରାମତି କ୍ଷେତ୍ରରେ ଏଭଳି ଅଭିଯୋଗ ଆସିବା ପରେ ଅନୁଧ୍ୟାନ କରିବାକୁ ଗଲା ବେଳେ ପ୍ରଧାନ ଶିକ୍ଷକ ଅରବିନ୍ଦ ମିଶ୍ର ପ୍ରବେଶ ନିଶେଧ ବୋଲି କହିଥିଲେ । କାର୍ଯ୍ୟ ଅନୁଧ୍ୟାନ କରିବାକୁ ହେଲେ ଯନ୍ତ୍ରୀ ସୁଶିଲ କୁମାର ହେମ୍ବ୍ରମଙ୍କ ସହିତ ଆସିଲେ ଭିତରକୁ ପ୍ରବେଶ ଅନୁମତି ମିଳିବ ନହେଲେ ନାହି, ଯଦିଓ ଭିତରକୁ ପ୍ରବେଶ କରିବ ତେବେ ଫଟୋଗ୍ରାଫି କିମ୍ବା ଭିଡ଼ିଓ ଗ୍ରାଫି କରିପାରିବ ନାହିଁ ବୋଲି କହିଥିଲେ । ଅତଏବ କାର୍ଯ୍ୟ ଠିକ୍ ହେଉଛି କି ନାହିଁ ଜଣେ ନାଗରିକ ହିସାବରେ କେହି ଦେଖିବାକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯିବା ପଛରେ କି କାରଣ ରହିଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କାର୍ଯ୍ୟ ସ୍ଥାନରେ ସୂଚନା ଫଳକ ଲଗାଯାଇନଥିବା ବେଳେ ବିଦ୍ୟାଳୟର ମରାମତି କାର୍ଯ୍ୟ ହେବା ସହିତ ରଙ୍ଗ କାର୍ଯ୍ୟ ଓ ଶୌଚାଳୟ ନିର୍ମାଣ ହେଉଥିବାର କଥା କହିଥିଲେ ଶିକ୍ଷକ । କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଉଥିବା ବେଳେ ତଦନ୍ତ କରିବା ପାଇଁ ସରକାରୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଅନୁଧ୍ୟାନ କରିବା ପାଇଁ ଆସୁନଥିବା ଅଭିଯୋଗ ହୋଇଛି । କାର୍ଯ୍ୟ ସରିବା ପରେ ବିଲ୍ ପାସ୍ କରିବା ସମୟରେ କେବଳ ଫଟୋ ଉଠାଇବିଲ୍ ପାସ୍ କରାଇବାରେ ସଫଳ ହେଉଛନ୍ତି ଠିକାଦାର । ଯନ୍ତ୍ରୀ ସୁଶିଲ କୁମାର ହେମ୍ବ୍ରମଙ୍କ ମତାମତ ନେବା ପାଇଁ  ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।