ଫସଲ ବିବିଧିକରଣ ଯୋଜନା କର୍ମଶାଳା

 ରସୁଲପୁର: ରସୁଲପୁର  ବ୍ଲକ କୃଷି କାର୍ଯ୍ୟାଳୟରେ ଚାଷୀ ଓ କ୍ରେତାମାନଙ୍କ ମଧ୍ୟରେ ସୁ-ସଂପର୍କ ଉଦ୍ୟେଶରେ ଏକ କର୍ମଶାଳା କରାଯାଇ ଚାଷୀମାନଙ୍କୁ ସଚେତନ କରାଯାଇଛି । ଆୟୋଜିତ କର୍ମଶାଳାକୁ ଯୋଜନା ଅଧିକାରୀ ଜ୍ୟୋତି ରାଞ୍ଜନ ଦାସ ଉଦ୍ଘାଟନ କରିଥିଲେ । ଅତିଥି ଭାବେ ଯାଜପୁର ଜିଲ୍ଲା କୃଷି ଅଧିକାରୀ ଅରୁଣ ବେହେରା, ବ୍ଲକ ଭାରପ୍ରାପ୍ତ କୃଷି ଅଧିକାରୀ ଆଶିଷ ବେହେରା, ଉଦ୍ୟାନ କୃଷି ଅଧିକାରୀ ଜୟଦେବ ସିଟ୍, ବ୍ଲକ ସହକାରୀ କୃଷି ଅଧିକାରୀ ଅରଜିତ୍ ଉପାଧ୍ୟାୟ, କୃଷି ପରିଚାଳକ ସଂଜୟ କୁମାର ରାଉତ, ମଣ୍ଡି ଅନୁଧ୍ୟାନ ଅଧିକାରୀ ରଞ୍ଜନ କୁମାର ରାଉତ ପ୍ରମୁଖ ଯୋଗଦେଇ କର୍ମଶାଳାର ଉଦେଶ୍ୟର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ଗଙ୍ଗୋତ୍ରୀ ସଂଗଠନର ପ୍ରକଳ୍ପ ସଂଯୋଜିକା ଅନୁସୂୟା ରାଉତ କର୍ମଶାଳାକୁ ପରିଚାଳନା କରିଥିବା ବେଳେ କୃଷି ପରିଚାଳକ ସଂଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଶାଳାରେ ଯୋଗଦେଇ ଥିବା ବିଭିନ୍ନ ବର୍ଗର ଚାଷୀପାଣିପାଗର ସ୍ଥିତି କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ, ପାଣିପଂଚାୟତ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଜଳଉତ୍ସଗୁଡିକୁ କାର୍ଯ୍ୟକ୍ଷମ କରିବା, ଚାଷୀଙ୍କୁ ବିଜୁଳି ବିଲ୍ ଛାଡ କରିବା, ପଞ୍ଚାୟତସ୍ତରରେ ଶିତଳୀକରଣ ଗୃହ ଓ ମଣ୍ଡି ଖୋଲିବା, ପ୍ରତ୍ୟେଜ ଫସଲକୁ ବୀମାଭୂକ୍ତ କରିଇବା, ପଞ୍ଚାୟତସ୍ତରରେ ଚାଷରେ ହେଉଥିବା କ୍ଷୟକ୍ଷତିକୁ ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଥିଲା ।