ଯାଦବ ସମିତିର ନୂତନ କାର୍ଯ୍ୟକାରିଣୀ କମିଟି
ଆନନ୍ଦପୁର: ପୌରପରିଷଦ ଅନ୍ତର୍ଗତ ଫକୀରପୁର ସତ୍ୟନାରାୟଣ ପାଲା ମଣ୍ଡପସ୍ଥିତ ତାରିଣୀ ମନ୍ଦିର ପରିସରରେ ଯାଦବ ସମିତିର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ ହୋଇଛି । ପ୍ରତିବର୍ଷ ପରି ଚଳିତ ଥର ଦୋଳ ପୁର୍ଣିମାରେ ରାଧାକୃଷ୍ଣଙ୍କ ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା । ପରେ କେନ୍ଦୁଝର ଜିଲା ଯାଦବ ସମିତି ସଂଯୋଜକ ସତ୍ୟ ଦାସ ଏବଂ ଆନନ୍ଦପୁର ବ୍ଳକ ଯାଦବ ସମିତି ସମ୍ପାଦକ ରବୀନ୍ଦ୍ର ବେହେରାଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ଯାଦବ ସମିତି କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ନାରାୟଣ ବାରିକ, ଉପସଭାପତି ମନୋଜ ବେହେରା, ମହେଶ୍ୱର ଦାସ, ସମ୍ପାଦକ ଭାବେ ହରିହର ଆପଟ, ଯୁଗ୍ମ ସମ୍ପାଦକ ମିଲନ ପଲେଇ, ଲକ୍ଷ୍ମୀଧର ଆପଟ ମନୋନୀତ ହୋଇଥିବା ବେଳେ, କୋଷାଧ୍ୟକ୍ଷ ପ୍ରିୟବ୍ରତ ବେହେରା ମନୋନୀତ ହୋଇଛନ୍ତି । ଘନଶ୍ୟାମ ବେହେରା, ମକରଧ୍ୱଜ ଆପଟ, ଦୋଳଗୋବିନ୍ଦ ଦାସ, କୃଷ୍ଣଚନ୍ଦ୍ର ଘଡେଇ, ହୃଷିକେଶ ବାରିକ, ବାତୁଳ ପଲେଇ ଙ୍କୁ ଉପଦେଷ୍ଟା ମଣ୍ଡଳୀ ରେ ମନୋନୀତ କରାଯାଇଥିବା ବେଳେ ପରିଚାଳନା କମିଟି ସଦସ୍ୟ ଭାବେ କୈଳାସ ଆପଟ, ଗୁରିଆ ଦାସ, ରାଜୁ ଆପଟ , ରବୀନ୍ଦ୍ର ଆପଟ, ବୈଲୋଚନ ଆପଟ, ଅନୁ ବେହେରା, ଜିତେନ୍ଦ୍ର ବେହେରା, ପୁପୁନ ଦାସ, କାର୍ତ୍ତିକ ଆପଟ ଏବଂ ବୈରାଗୀ ବେହରାଙ୍କୁ ମନୋନୀତ କରାଯାଇଛି ।