ମହିଳାଙ୍କ ବେକରୁ ଅଳଙ୍କାର ଝାମ୍ପିଲେ ଦୁର୍ବୃତ୍ତ

 ଧର୍ମଶାଳା: ସୁନା ଅଳଙ୍କାର ଏବଂ ଲୁଗାପଟା କିଣି ଫେରିବା ବାଟରେ ଜନୈକା ମହିଳାଙ୍କ ବେକରୁ ଦୁର୍ବୃତ୍ତ ଚେନ ଝାମ୍ପିନେଇ ଚମ୍ପଟ ମାରିଛନ୍ତି । ଏନେଇ ମହିଳା ଜଣଙ୍କ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ରସୁଲପୁର ବ୍ଲକ କଲଣ ପଞ୍ଚାୟତ ସୁଲିଆ ଗ୍ରାମର ନୃସିଂହ ଚରଣ ସାହୁଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ହୋଇଥିବା ବେଳେ ତାଙ୍କ ଅଭିଯୋଗ ମତେ ସେ ତାଙ୍କ ଭାଇ ପ୍ରଦୀପ କୁମାରଙ୍କ ସହ ବୁଲେଟ ବାଇକରେ ଆଜି ସନ୍ଧ୍ୟା ୫ରେ ଘରୁ ବାହାରି ସୁନା ଓ କପଡା କିଣିବା ପାଇଁ ଜାରକା ଆସିଥିଲେ । ଫେରିଲା ବେଳେ ବ୍ରାହ୍ମଣୀ ନଦୀର ଗୋକର୍ଣ୍ଣେଶ୍ୱର ପୁରୁଣା ବ୍ରିଜ୍ ଦେଇ ଯାଉଥିବା ବେଳେ ହୋଣ୍ଡା ହରନେଟ୍ ବାଇକରେ ଆସି ଦୁର୍ବୁତ୍ତ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ । କୁଆଖିଆ ପର୍ଯ୍ୟନ୍ତ ଦୁର୍ବୃତ୍ତର ପିଛା କରିଥିଲେ ହେଁ ପତ୍ତା ମିଳିନଥିଲା ।