ସ୍କୁଲ୍ ମିଶ୍ରଣ ବାତିଲ ଦାବି କଲେ ଗ୍ରାମବାସୀ
କେନ୍ଦ୍ରାପଡ଼ା: ମହାକାଳପଡା ବ୍ଲକ୍ ଅଧିନ ରାଜଗଡ ପଞ୍ଚାୟତ ଗୟାସପୁରରେ ଥିବା ୧୩୫ ବର୍ଷର ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ୨୦୨୦ ମସିହାରେ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ଭୁଲ ତଥ୍ୟ ଆଧାରରେ ମିଶ୍ରଣ କରାଯାଇଛି । ବର୍ତ୍ତମାନ ୬୦ରୁ ଊଦ୍ଧ୍ୱର୍ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲରେ ନାମ ଲେଖାଇ ଥିବାବେଳେ, ଏହାକୁ ପୁନର୍ବାର ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଅବିନାଶ ବେହେରା, ନିରଞ୍ଜନ ମନ୍ତ୍ରୀ, ତପନ ରାଉତ, ପିତାମ୍ବର ସ୍ୱାଇଁ, ସରୋଜକାନ୍ତ ସେଠୀ, କାଞ୍ଚନ ସେଠୀ, ସବିତା ନାୟକ, ନୟନା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।