ରପ୍ତାନୀ ହୋଇଛି ୪୪୦୬ କୋଟିର ଖଣିଜ
ଭୁବନେଶ୍ୱର: ରାଜ୍ୟରେ ବିଗତ ତିନି ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୧-୨୨ ଠାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ୍ ୩୧୩୩୬.୫୫୫ ଘନ ମିଟର ଡେକୋରେଟିଭ୍ ଷ୍ଟୋନ୍ ଏବଂ ୪୧୪୩୮୭୫୯.୨୪୩ ମେଟ୍ରିକ ଟନ୍ ବିଭିନ୍ନ ପ୍ରକାରର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ କରାଯାଇଛି । ଆଉ ଏ ବାବଦରେ ୨୦୨୧-୨୨ ରୁ ୨୦୨୩-୨୪ ମଧ୍ୟରେ ମୋଟ ୪୪୦୫୭୫୮୩୯୬୮.୭୩୮ ଟଙ୍କା ଅର୍ଥାତ୍ ୪୪୦୫.୭୫ କୋଟି ଟଙ୍କା ଆଦାୟ କରାଯାଇଛି । କେବଳ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦକୁ ୩ ହଜାର ୬୩୫ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି । ଗୃହରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ବିଗତ ତିନି ବର୍ଷରେ କେଉଁ ଖଣିଜ ସମ୍ପଦରୁ କେତେ ପରିମାଣ ରପ୍ତାନୀ ହୋଇଥିବା ପ୍ରଶ୍ନ ଉତ୍ତର ଦେଇ ଏହା କହିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।