ଅବସରକାଳୀନ ସମ୍ବର୍ଦ୍ଧନା

 ରାଜକନିକା : ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶରତ ଚନ୍ଦ୍ର ବାରିକ ଓ ରସାୟନ ବିଜ୍ଞାନ ବିଭାଗର ଡେମନଷ୍ଟ୍ରେଟର ଶରତ କୁମାର ଓଝାଙ୍କୁ ଷ୍ଟାଫ ଆସୋସିଏସନ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆସୋସିଏସନର ଉପସଭାପତି ଲକ୍ଷ୍ମଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତ, ପ୍ରଶାସନିକ ଅଧିକାରୀ ଡ.ସଂଜୀବ କୁମାର ଦାଶ, ଆସୋସିଏସନର ସମ୍ପାଦକ ଡ. ଅଜୟ କୁମାର କୁଣ୍ଡ, ଡ. ମିଥିଳା ଦାସ, ଡ. ପ୍ରଦୀପ ଦାସ, ଡ. ମିର୍ଜା ଇବ୍ରାହିମ ବେଗ, ଡ. ରଞ୍ଜନ ରଥ, ଆସୋସିଏସନର ଅନ୍ୟତମ ଉପସଭାପତି ପ୍ରଫେସର ସଞ୍ଜୟ କୁମାର ମହାନ୍ତି, କୋଷାଧ୍ୟକ୍ଷ ଗାଲେଖ ଚନ୍ଦ୍ର ଧଳ, ଆକାଉଟାଣ୍ଟ ଜୟନ୍ତ କୁମାର ମଥାନ, ଅଧ୍ୟାପିକା ପ୍ରଯୁକ୍ତା ପ୍ରିୟଦର୍ଶିନୀ, ଅଧ୍ୟାପକ ବିଶ୍ୱରଂଜନ ଦାସଙ୍କ ସମେତ ଅନାନ୍ୟ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇ ଦୀର୍ଘ ୩୪ବର୍ଷରୁ ଊଦ୍ଧ୍ୱର୍ ପ୍ରାଧ୍ୟାପକ ଶ୍ରୀଯୁକ୍ତ ବାରିକ ଓ ଶ୍ରୀଯୁକ୍ତ ଓଝାଙ୍କ ମହାବିଦ୍ୟାଳୟ ପ୍ରତି ତ୍ୟାଗ, ଉତ୍ସର୍ଗୀକୃତ ସେବା,ଓ ତାଙ୍କର କାର୍ଯ୍ୟଦକ୍ଷତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଷ୍ଟାଫ ଆସୋସିଏସନ ପକ୍ଷରୁ ଦୁଇ ଶରତଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସହସମ୍ପାଦକ ଅଧ୍ୟାପକ ଦେବଦାସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।