ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲ : ମିଳୁନି ମୌଳିକ ସୁବିଧା; ଅସୁରକ୍ଷିତ ଅବସ୍ଥାରେ ୪ ଶହ ପିଲା

 କାଳିଆପାଣି:  ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲରେ ରହୁଥିବା ୪ଶହରୁ ଊଦ୍ଧ୍ୱର୍ ଆଦିବାସୀ ଓ ଜନଜାତି ପିଲାଙ୍କ ଭବିଷ୍ୟତ ଅସୁରକ୍ଷିତ ଅବସ୍ଥାରେ ରହିଛି । ଆଶ୍ରମ ସ୍କୁଲର ଚତୁପାଶ୍ୱର୍ରେ ଥିବା ପାଚେରି କେବଳ ନାଁକୁ ମାତ୍ର ପାଚେରି କହିଲେ ଅତୁ୍ୟକ୍ତି ହେବନାହିଁ । ପାଚେରିର ଉଚତା କେବଳ ତିନିଫୁଟ ଉଚତାର ରହିଥିଲା ବେଳେ ପାଚେରି ବାହାରୁ କି ଭିତର ପଟୁ ଯେକେହି ଅନାୟସରେ ଡେଇଁ ଯାଇପାରିବ । ତେଣୁ ଉକ୍ତ ଆଶ୍ରମ ସ୍କୁଲ ପାଚେରିକୁ ଏକ ସୁରକ୍ଷିତ ଉଚତା ବିଶିଷ୍ଟ କରିବାପାଇଁ ସ୍ଥାନୀୟ ଅଧିବାସୀ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ତେବେ ଏହି ଆଶ୍ରମ ସ୍କୁଲ ପିଲାଙ୍କ ପାଇଁ ସ୍କୁଲ ପରିଷର ମଧ୍ୟରେ କୌଣସି ଖେଳ ପଡିଆ ନଥିବା ଦେଖିବାକୁ ମିଳିଛି ଯାହାକି ଅତି ପରିତାପର ବିଷୟ । ସ୍କୁଲ ପିଲାଙ୍କ ଖେଳକୁଦ ପ୍ରତି ସରକାରୀ ସ୍ଥରରେ ଅନେକ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଏଠାରେ ୪୦୦ରୁ ଊଦ୍ଧ୍ୱର୍ ପିଲାଙ୍କ ପାଇଁ କୌଣସି ପ୍ରକାର ଖେଳ ପଡିଆ ନଥିବା ଅତି ଦୁର୍ଭାଗ୍ୟର ବିଷୟ । ଓଡ଼ିଶାର ଆଦିବାସୀ ଓ ଜନଜାତିର ପିଲାମାନେ ଖେଳକୁଦରେ ଜିଲ୍ଲା ତଥା ରାଜ୍ୟ ସ୍ଥରରେ ବିଭିନ୍ନ ବିଭାଗରେ ସୁନାମ ଅର୍ଜନ କରୁଥିବା ବେଳେ ଖଣି ଅଞ୍ଚଳର ସର୍ବ ପୁରାତନ ଏହି ଆଶ୍ରମ ସ୍କୁଲର ନିଜସ୍ୱ ଗୋଟିଏ ଖେଳପଡିଆ ନଥିବା ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆଁକୁ ଦର୍ଶାଉଛି । ପୂର୍ବ ସରକାରଙ୍କ ଅମଳରେ ଦୀର୍ଘ ବର୍ଷଧରି ଖଣି ଅଞ୍ଚଳରେ ରାଜ କରୁଥିବା ସ୍ଥାନୀୟ ଜନପ୍ରତିନିଧି ଶିକ୍ଷାକୁ ଅଣଦେଖା କରିଥିବାରୁ ଆଜି ଏପରି ପରିସ୍ଥିତି ଆସିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।