ମହାବୀର ହନୁମାନଙ୍କ ବାର୍ଷିକ ଜୟନ୍ତୀ

ମହାବୀର ହନୁମାନଙ୍କ ବାର୍ଷିକ ଜୟନ୍ତୀ

ରସୁଲପୁର:  ଏହି ବ୍ଲକ ବରଜପୁର ଗ୍ରାମରେ ମହାବୀର ହନୁମାନଙ୍କ ୧୧ ତମ ଜୟନ୍ତୀ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି  ।  ତିନି ଦିନ ବ୍ୟାପୀ ଆୟୋଜିତ ଯଜ୍ଞ ଉତ୍ସବରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଣୀ ନଦୀରୁ୧୦୮ମାନସିକ କଳସରେ ଜଳପୂର୍ଣ୍ଣ କରି ଶୋଭାଯାତ୍ରାରେ ଯଜ୍ଞ ସ୍ଥଳକୁ ଆଣିଥିଲେ । ପ୍ରାରମ୍ଭିକ ପୂଜା ପରେ ଉକ୍ତ କଳସଗୁଡିକୁ ଯଜ୍ଞ ବେଦୀରେ ସ୍ଥାପନା କରାଯାଇଥିଲା । ଗୋପୂଜା, ସୂର୍ଯ୍ୟ ପୂଜା, ଷୋଢଷ ଉପଚାର ପୂଜା, ହନୁମାନ ଚାଳିଶା ପାଠ, ରାମ ସହସ୍ର ନାମ ପାଠ, ବିଷ୍ଣୁ ସହସ୍ର ନାମ ପାଠ, ସୁନ୍ଦରା କାଣ୍ଡ ଆଦି ଗାନ, ଯଜ୍ଞ ଆହୁତି ପ୍ରଦାନ ଆଦି ପୂଜା ନିତି ଅନୁଷ୍ଠିତ ହେଉଛି । ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ ଗାୟକ, ଗାୟିକାମାନଙ୍କ ଦ୍ୱାରା ଭକ୍ତି ସଂଗୀତ କାର୍ଯ୍ୟକ୍ରମ, କୁନି କୁନି ପିଲାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ପ୍ରଭୁଙ୍କର ସାନିଧ୍ୟ ଲାଭ କରିବା ପାଇଁ ପ୍ରତିଦିନ ସ୍ଥାନୀୟ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହେଉଛି । ଗ୍ରାମର ସମସ୍ତ ଗ୍ରାମବାସୀମାନେ ଯଜ୍ଞକାର୍ଯ୍ୟକୁ ପରିଚାଳନାରେ ସହଯୋଗ କରୁଛନ୍ତି ।