ଟେଲିକମ ସାଇବର ନିରାପତ୍ତା ଗ୍ରାହକ ସଚେତନତା କର୍ମଶାଳା : ବିପର୍ଯ୍ୟସ୍ତ ନେଟୱର୍କ ସେବାକୁ ନେଇ ଅସନ୍ତୋଷ
ଯାଜପୁର ଟାଉନ : ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ତରଫରୁ ମିଶନଶକ୍ତି ସଭାଗୃହ ଯାଜପୁରଠାରେ ଟେଲିକମ ସାଇବର ନିରାପତ୍ତା ଗ୍ରାହକ ସଚେତନତା କର୍ମଶଳା ଆୟୋଜିତ ହୋଇଯାଇଛି । ଅତିଥି ଭାବେ ଥାନା ଏଏସଆଇ ଦୀପ୍ତିମୟୀ ରାଉତ ଓ ସୁସାହିତ୍ୟକ ନିତ୍ୟାନନ୍ଦ ପଣ୍ଡା ସଭାପତିତ୍ୱ କରିଥିଲେ । ସିଏଜି ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ କର୍ମଶାଳାରେ ଯୋଗାଣ ଅଧିକାରୀ ସ୍ଥିତପ୍ରଜ୍ଞା ପ୍ରିୟଦର୍ଶିନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରୀ ଯୋଜନାରେ ଡିଜିଟାଲ ସାକ୍ଷରତା ଓ ଇ-ସେବା ସମସ୍ତ ଇଣ୍ଟରନେଟ ସେବା ଉପରେ ମତ ରଖିଥିଲେ । ଆଜିକାଲି ସମସ୍ତ ବର୍ଗର ଲୋକେ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର ଯାହା ଜୀବନର ଅପରିହାର୍ଯ୍ୟ ହେବାକୁ ଲାଗିଲାଣି ଏବଂ ଗୃହମନ୍ତ୍ରଣାଳୟ ଆଇରିସ ସେଲ ଅନୁସାରେ ଭାରତରେ ମାସକୁ ୧୫୦୦କୋଟି ଓ ବର୍ଷକୁ ୧.୨ଲକ୍ଷ କୋଟି ଟଙ୍କା ସାଇବର ଜନିତ ଅପରାଧର ଶିକାର ହେଉଛନ୍ତି । ଯାହାର୦.୭ ଶତକଡା ଭାଗ ଜିଡିପିର ପ୍ରଭାବିତ ହେଇ ଦେଶର ଅର୍ଥନୈତିକ ବିକାଶ ପାଇଁ ବାଧକ ହେଉଛି । ଇଣ୍ଟରନେଟ ବର୍ତ୍ତମାନ ବ୍ଳକ ବକ୍ସ ହୋଇଛି । ବର୍ତ୍ତମାନ ୭୮କୋଟି ଇଣ୍ଟରନେଟ ବ୍ୟବହାରକାରି ଗ୍ରାହକ ଯାହା ଆମ ଦେଶ ସାଇବର ଅପରାଧିଙ୍କ ଭୂସ୍ୱର୍ଗ ପାଲଟଛି । ଏଆଇ ଟେକନୋଲଜି ସାହାଯ୍ୟରେ ପ୍ରତି ମିନିଟରେ ଗ୍ରାହକ ସାଇବର ଫ୍ରଡର ଶୀକାର ହେଉଛନ୍ତି । ମାନବ ସମାଜ ପାଇଁ ବୈଷୟିକ ଜ୍ଞାନ ଆର୍ଶୀବାଦ ଥିଲା । ବର୍ତ୍ତମାନ ଆମ ପାଇଁ ଏହା ଅଭିଶାପ ହେଲାଣି ଓ ସବୁ ବର୍ଗର ବୁଢାରୁ ପିଲା ମୋବାଇଲ ଇଣ୍ଟରନେଟ ଆମର ପରିବାର ମୁଖ୍ୟ ହେଲାଣି । ଏହି ସଚେତନତା କର୍ମଶାଳାରେ ଅଚିହ୍ନା ଲିଙ୍କ, ଅଜଣା ଆପ୍ପ, ଅଜଣା ମେସେଜ, ଇମେଲ, ଫେକ ଅଫସାଇଟ, ଫେସବୁକ, ଇନଷ୍ଟାଗ୍ରାମ ହ୍ୱାଟ୍ସଅପ, ସାଇବର ଅପରାଧି ଆଦି ଆମର ବାପ ବୋଲି ସେ କହିଥିଲେ । ଓଟିପି ଅଜଣାକୁ ଦେବା ନିଜେ ଅଜଣା ହେବା ଓ ଏହି କର୍ମଶାଳାରେ ଟ୍ରାଇ ପ୍ରଦତ ଡିଏନଡି, ମାଇସ୍ପୀଡ ଆପ୍ପ, ସଞ୍ଚାର ସାଥି, ଚକ୍ଷୁ ଆପ୍ପ, ପ୍ରତିବିମ୍ବ, ହେଲ୍ପ ଲାଇନ୧୯୩୦,ସାଇବର କ୍ରାଇମ ଡଟ୍ ଜିଓଭି ଡଟ୍ ଇନ ଓ ଟ୍ରାଇର ୱେବସାଇଟ ବ୍ୟବହାର କରିବା ପାଇଁ ତାଲିମ ପ୍ରଦାନ କରଯାଇଥିଲା ଓ ଯାଜପୁର ଜିଲ୍ଲା ଅଧୁ୍ୟଷିତ, ଦୁର୍ଗମ, ଅଞ୍ଚଳ ୧୦ଗୋଟି ବ୍ଲକ ୩୧୧ଟି ଗ୍ରାମ ପଞ୍ଚାୟତରେ ପ୍ରାୟ ଟେଲିକମ ସେବା ବିପର୍ଯ୍ୟସ୍ତ ନେଟୱର୍କ ଆସୁନି ,ବହୁ ଧିମାରେ ଚାଲିବା, ନେଟୱର୍କ ନଲାଗିବା ଓ ଟେଲିକମ୍ପାନୀମାନେ ଯାଣିଶୁଣି ଅଣଦେଖା କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ ଅଣଦେଖା କରୁଛନ୍ତି । କମ୍ପାନୀ ମାନେ ରିଚାର୍ଜ ପ୍ଳାନ ଭଡା ବଢେଇ ଦେଉଛନ୍ତି କିନ୍ତୁ ତା ତୁଳନାରେ ସେବା ନଦେବା, ଅଭିଯୋଗ ପ୍ରଣାଳୀକୁ ସରଳ କରିବା, ଅଧିକ ଟୋଲ ଫ୍ରୀ ନମ୍ବର, ହ୍ୱାଟ୍ସ ଆପ୍ ନମ୍ବର ଓ ଓଡିଆ ଭାଷଓରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାମାଞ୍ଚଳରେ ଗ୍ରାହକ ସଚେତନତା କର୍ମଶଳା କମ୍ପାନୀଗୁଡିକ କରିବା ଉପରେ ସମସ୍ତେ ଦାବୀ କରିଥିଲେ । ଟ୍ରାଇ ନିୟମ ଓ ନିଦେ୍ର୍ଦଶାବଳୀ ଟେଲିକମ୍ପାନୀ ଖିଲାପହେଲେ ଅର୍ଥ ଦଣ୍ଡ ସହ ସେବା ନିଦେ୍ର୍ଦଶ ବଳବତର ଅଛି ବୋଲି ଟ୍ରାଇ ସିଏଜି ପ୍ରକାଶ ଚନ୍ଦ୍ର ସାହୁ କହିଥିଲେ । ବିଏସଏନଏଲ,ଏୟାରଟେଲ ଓ ଜିଓ କ୍ଷେତ୍ର ଅଧିକାରୀ ଓ ମହିଳା ନେତ୍ରୀ, ବୁଦ୍ଧିଜୀବୀ, ସଚେତନ ନାଗରିକ, ଅଙ୍ଗନବାଡି କର୍ମୀ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷାବିତ ସୁଦାମ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।