ବିଶ୍ୱକର୍ମା ପୂଜା ନେଇ ପ୍ରସ୍ତୁତି ବୈଠକ
ପାରାଦୀପ : ପାରାଦୀପରେ ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରୁ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋସôବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ମଙ୍ଗଳବାର ଦିନ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଦରର ବରିଷ୍ଠ ଉପ ସଚିବ କେ.ଥିରୁମୁଲାରଙ୍କ ଅଧ୍ୟକ୍ଷତା ଏବଂ ବନ୍ଦରର ସମ୍ପଦ ଅଧିକାରୀ ବିଶ୍ୱଜିତ ମିଶ୍ରଙ୍କ ଆବାହକତ୍ତ୍ୱରେ ଆୟୋଜିତ ବୈଠକରେ ପାରାଦୀପ ପୌରପାଳିକାର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କରଙ୍କ ସମେତ ବିଭିନ୍ନ ପୂଜା କମିଟିର ପ୍ରତିନିଧି, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ଓ ବନ୍ଦର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଶ୍ୱକର୍ମା ପୂଜାରେ ଜନସାଧାରଣଙ୍କ ସୁରକ୍ଷା, ନିରାପତ୍ତା, ଟ୍ରାଫିକ ନିୟନ୍ତ୍ରଣ, ପୂଜା ମଣ୍ଡପ ନିର୍ମାଣରେ ସହଯୋଗ ସମେତ ଉସôବକୁ ସଫଳ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା ।ୀ ସ୍ତରୀୟ ସମସ୍ତ ମଣ୍ଡଳ ସଭାପତି ମାନେ ରାଜ୍ୟ ନେତୃତ୍ୱଙ୍କୁ ସମ୍ମାନ ଜଣାଇବା ସଙ୍ଗେ ସଙ୍ଗେ ଶ୍ରୀ ବେହେରାଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି ।