ଗାଇଡାନ୍ସ ସ୍କୁଲରେ ବିଜ୍ଞାନ ମେଳା
ଭୁବନେଶ୍ୱର: ଭୁବନେଶ୍ୱର ଡୁମ୍ଡୁମା ସ୍ଥିତ ଗାଇଡାନ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ଲୁକାୟତ ପ୍ରତିଭାକୁ ନେଇ ବିଭିନ୍ନ ପ୍ରୋଜେକ୍ଟ, କଳା ଓ ଶିଳ୍ପ ସମ୍ବନ୍ଧୀୟ ବିଷୟ ବସ୍ତୁର ଏଠାରେ ପ୍ରଦର୍ଶନ କରାଯାଇଥିଲା । ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦକ୍ଷତା ବିକାଶ ନିମନ୍ତେ ବିଭିନ୍ନ ପ୍ରୋଜେକ୍ଟମାନ ଏଥିରେ ସ୍ଥାନ ପାଇଥିଲା । ଏହି ଅବସରରେ ସ୍କୁଲର ପ୍ରିନ୍ସିପାଲ୍ ସୁହାସିନୀ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଇଷ୍ଟିଚୁ୍ୟଟ୍ ଅଫ୍ ଫିଜିକ୍ସ ଭୁବନେଶ୍ୱରର ପ୍ରଫେସର କରୁଣାକର ନନ୍ଦ ଓ ତାଙ୍କ ପତ୍ନୀ ଜ୍ୟୋସ୍ନାମୟୀ ନନ୍ଦ ଯୋଗ ଦେଇ ପିଲାମାନଙ୍କୁ ନିଜର ଲକ୍ଷ୍ୟ ସ୍ଥଳ ହାସଲ କରିବା ନେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉସôବରେ ସ୍କୁଲର ଡାଇରେକ୍ଟର ସୟଦ୍ ରିଜାନୁଲ୍, ଆଡମିନ୍ ଇନ୍ଚାର୍ଜ, କୋଅଡିନେଟରଙ୍କ ସହ ଛତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସ୍କୁଲ ପରିସରରେ ଦୁଇ ଦିନ ଧରି ଚାଲିଥିଲା । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧିକ ସୁନ୍ଦର କରିବା ପାଇଁ ସ୍କୁଲ୍ ପରିସରରେ ପ୍ରୋଜେକ୍ଟମାନଙ୍କ ସହ ଫୁଡ୍ ଷ୍ଟଲ୍ ଖୋଲିଥିଲା । ଗାଇଡାନ୍ସ ସ୍କୁଲ୍ ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ବିଭିନ୍ନ ଜ୍ଞାନ ଓ ବିଜ୍ଞାନ କାର୍ଯ୍ୟକ୍ରମ କରିବ ବୋଲି ସ୍କୁଲ ପକ୍ଷରୁ ପ୍ରକାଶ କରାଯାଇଛି ।