ଓଡ଼ିଶା ଇଭି ନୀତି ୨.୦ : ୨୦୩୬ ସୁଦ୍ଧା ୫୦% ଇଭି ପଞ୍ଜୀକରଣ
ଭୁବନେଶ୍ୱର : ୨୦୩୬ ସୁଦ୍ଧା ସମସ୍ତ ନୂତନ ଯାନ ପଞ୍ଜୀକରଣରେ ଅତି କମ୍ରେ ୫୦% ବ୍ୟାଟେରୀ ବୈଦୁ୍ୟତିକ ଯାନ ରହିବ । ଏଭଳି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସମ୍ପ୍ରତି ଇଭି ଯାନ ପଞ୍ଜୀକରଣ ବୃଦ୍ଧି ପାଉଛି । ୨୦୨୧ରେ ପଞ୍ଜୀକୃତ ଯାନ ମଧ୍ୟରୁ ୧.୧୬% ଇଭି ଥିବାବେଳେ ୨୦୨୫ ଜୁନ୍ରେ ତାହା ୮.୭୧%ରେ ପହଁଚିଛି ।
ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଶକ୍ତି ବିଭାଗ ମିଳିତ ଭାବରେ ଓଡ଼ିଶା ବୈଦୁ୍ୟତିକ ଯାନ (ଇଭି) ନୀତି ୨.୦ ଉପରେ ବିଚାର ବିମର୍ଷ କରିଛନ୍ତି । ବୈଠକରେ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଏବଂ ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଉପସ୍ଥିତ ଥିଲେ ।
ଓଡ଼ିଶାରେ ବର୍ତ୍ତମାନ ୫୫୦ ରୁ ଅଧିକ ପବ୍ଲିକ୍ ଚାର୍ଜିଂ ଷ୍ଟେସନ୍ ଅଛି । ରାଜ୍ୟ ପରିବହନ ପ୍ରାଧିକରଣ ପୂର୍ବରୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଇଭି ଚାର୍ଜିଂ ଷ୍ଟେସନ୍ ବିକାଶ ପାଇଁ ଯୋଜନା ରଖିଛି ।