ଅବହେଳିତ ଅବସ୍ଥାରେ ବିପିନ ବିହାରୀ ୟୁପି ସ୍କୁଲ: ୮ଶ୍ରେଣୀକୁ ୫ ଶିକ୍ଷକ

 ନାଉଗାଁ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡା ବାଲିସାହିରେ ସ୍ୱାଧୀନତା ପୂର୍ବରୁ ବ୍ରିଟିସ ଅମଳରୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଅବହେଳତ ହୋଇ ରହିଥିବା ସମୟରେ ଗଢି ଉଠିଥିଲା ବିପିନ ବିହାରୀ ୟୁପି ସ୍କୁଲ । ସେହି ସମୟରେ ଗାଁ ଚାଟଶାଳୀ ଛାଡିଦେଲେ ଶିକ୍ଷା ଦାନ ପାଇଁ ଆଉ କୌଣସି ଶିକ୍ଷାନୁଷ୍ଠାନ ନଥିଲା ନାଉଗାଁ ଅଞ୍ଚଳରେ । ଏହି ସମୟରେ ଶିକ୍ଷାର ଉନ୍ନତି, ବିକାଶ ଓ ସାମାଜିକ ନ୍ୟାୟ ପାଇଁ ସ୍କୁଲଟି ସ୍ଥାପନ କରିବା ପାଇଁ ନାଉଗାଁ ଅଞ୍ଚଳ ତଥା ବାଲିସାହି ଗ୍ରାମର ତକôାଳୀନ ଜମିଦାର ଚୌଧୁରୀ ବିପିନ ବିହାର ଦାସଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ସ୍କୁଲ । ଯାହାକି ସେ ସମୟରେ ବିପିନୀ ବିହାରୀ ମଧ୍ୟ ଇଂରାଜୀ ସ୍କୁଲ ନାମରେ ପ୍ରତିଷ୍ଠିତ ଲାଭ କରିଥିଲା । ବହୁ ମେଧାବୀ ଛାତ୍ରଛାତ୍ରୀ ଏହି ସ୍କୁଲରେ ଅଧ୍ୟୟନ କରି ବହୁ ସୁନାମ ଅର୍ଜନ କରିବା ସହିତ ଦେଶ ଓ ବିଦେଶ କ୍ଷାତି ଅର୍ଜନ କରିଥିଲେ  । ବଡ଼ ଦୁଃଖ ଓ ପରିତାପର ବିଷୟ ସେହି ସ୍କୁଲ ଏବେ ସମ୍ପର୍ଣ୍ଣ ଅବହେଳିତ । ପୁରାତନ ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ପାଞ୍ଚ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି  । ସ୍କୁଲରେ ଖେଳ ପଡିଆଟିଏ ନଥିବା ବେଳେ ଚତୁର୍ପାଶ୍ୱରେ ସମ୍ପୂର୍ଣ୍ଣ ପାଚେରୀ ନାହିଁ । ପୁରାତନ ଆଜବେଷ୍ଟ ଗୃହ ଏବେ ବିପଦ ସଂକୁଳ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବେଳେ, ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି । ୨୦୧୦ ମସିହାରେ କମ୍ପୁ୍ୟଟର ଶିକ୍ଷାର ଉନ୍ନତୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ କମ୍ପୁ୍ୟଟର ଶିକ୍ଷାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏଠାରେ କୌଣସି କମ୍ପୁ୍ୟଟର ପ୍ରଶିକ୍ଷକ ନଥିବା ବେଳେ, କମ୍ପୁଟର ଗୁଡିକ ଅଚଳ ଅବସ୍ଥାରେ ପଡିରହିଛି । ଯାହାକି ଆଧୁନିକ ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ପିଲେ । ସେହିପରି ୮ଟି ଶ୍ରେଣୀକୁ ପାଞ୍ଚ ଶିକ୍ଷକ, ମଧ୍ୟାହ୍ନ ଭୋଜନ, ବିଭିନ୍ନ ସରକାରୀ କାର୍ଯ୍ୟ ଓ ଟ୍ରେନିଙ୍ଗ କାର୍ଯ୍ୟରେ ଯାଉଥିବା ବେଳେ, ସ୍କୁଲରେ ଏକ ପ୍ରକାର ଶ୍ରେଣୀ ଶିକ୍ଷାଦାନରେ ବାଧା ସୃଷ୍ଟି ହୋଇଛି । ସ୍ୱାଧୀନତାର ପୂର୍ବ କାଳର ସ୍କୁଲ ହୋଇ ମଧ୍ୟ ଏଠାରେ ଶିକ୍ଷକ ଅଭାବ ସହ ପିଅନ ପଦବୀ ମଧ୍ୟ ଖାଲି ପଡିଛି । ଅନୁରୂପ ଭାବେ ଶାରୀରିକ ଖେଳ ଶିକ୍ଷକ ଏବଂ କିରାଣୀ ପଦବୀ ଫାଙ୍କା ଏବଂ କମ୍ପୁ୍ୟଟର ଶିକ୍ଷକ ପଦବୀ ଫାଙ୍କା ପଡିଛି । ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ପୁରାତନ ଛାତ୍ର ସଂସଦ ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ମତାମତ ଅନୁଯାୟୀ ଏହି ବିଦ୍ୟାଳୟ ଗୃହ ଭଙ୍ଗା ଯାଇ ନୂତନ ନିର୍ମାଣ କରାଗଲେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିବ ନାହିଁ ।