ଆଇନ୍ ସଚେତନତା କାର୍ଯ୍ୟକ୍ରମ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ୍ ସେବା ସମିତି ପକ୍ଷରୁ କୋର୍ଟ ପରିସରରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଯନô ଓ ସୁରକ୍ଷା ଅଧିନିୟମ ଏବଂ ଉକ୍ତ ଆଇନ୍ ଅଧୀନ ମହିଳା ପୀଡ଼ିତା ଓ ଶିଶୁଙ୍କ ନିମନ୍ତେ କ୍ଷତିପୂରଣ ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ୍ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ଫ୍ରଣ୍ଟ୍ ଅଫିସ ରିଟେନର୍ ପଦ୍ମଜା ପଟ୍ଟନାୟକ, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ପୂର୍ବତନ ସମ୍ପାଦକ ଜଗନ୍ନାଥ ଭୋଳ, ସୁଧୀର ପ୍ରଧାନ, ସରକାରୀ ଆଇନଜୀବୀ ଜଳଧର ପ୍ରଧାନ, ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି, ସୁନୀଲ ମହାପାତ୍ର, ବିନୋଦ ସ୍ୱାଇଁ, ସୀତାରାମ ଅଗ୍ରୱାଲ, କାମେଶ୍ୱର ଆଚାରୀ, ଶାନ୍ତନୁ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ ଯୋଗ ଦେଇଥିଲେ ।