ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ ଖୋଲିଲା
ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ଖୋଲିଲା ରହସ୍ୟ। ଯୁବତୀ ଓ ନାବାଳିକାଙ୍କୁ ଓଡ଼ିଶା ଆଣି ଦେହ ବ୍ୟବସାୟରେ ଲଗାଯାଉଥିଲା। କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ। ନାବାଳିକା ଉଦ୍ଧାର ହୋଇଥିବା ସ୍ଥାନକୁ ଯାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ବାଂଲାଦେଶରୁ ନାବାଳିକା ଓ ଯୁବତୀଙ୍କୁ ବେଆଇନ ଭାବେ ସୀମା ପାର କରାଇ ବେଆଇନ କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି । କଟକରେ ଜଣେ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ପରେ ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ନାବାଳିକା ସୂଚନା ଆଧାରରେ କଟକ କମିଶନରେଟ୍ ପୁଲିସ ଖୋଳତାଡ ଆରମ୍ଭ କରିଛି । ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇ ବିଡାନାସୀ ସ୍ଥିତି ବସୁନ୍ଧରାରେ ରଖାଯାଇଛି । ଚାକିରି ଲୋଭ ଦେଖାଇ ଜଙ୍ଗଲ ରାସ୍ତାରେ ସୀମା ପାର କରାଉଛନ୍ତି ଦଲାଲ। ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।
ନାବାଳିକାଙ୍କୁ ଭାରତରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଦଲାଲ ପଶ୍ଚିମବଙ୍ଗ ଆଣିଥିଲେ । ବାଂଲାଦେଶ ସୀମାରେ ଜଙ୍ଗଲ ଭିତରେ ଥିବା ଗଳା ରାସ୍ତାରେ ସୀମା ପାର କରାଯାଉଥିଲା। କୋଲକାତାରେ ପହଂଚିବା ପରେ ଆଉ କିଛି ଦଲାଲ ଚାକିରି ଦେବା ବଦଳରେ ଦେହ ବ୍ୟବସାୟରେ ଲଗାଉଥିଲେ । ସେଠୁ ଆଉ ଜଣେ ଦଲାଲ ଭୁବନେଶ୍ବର ଆଣୁଥିଲେ । ଭୁବନେଶ୍ବରରେ ମଧ୍ୟ ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଉଥିବା ଜଣାପଡ଼ିଛି ।