ବିଏମ୍ସିର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ପକ୍ଷରୁ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବିଏମ୍ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏହି ନିର୍ବାଚନରେ ମେୟର ସୁଲୋଚନା ଦାସ ପ୍ରିଜାଡିଂ ଅଫିସର ଭାବେ କାର୍ଯ୍ୟ କରିଥିଲେ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଗୁଡିକ ଯାଞ୍ଚ ପରେ କାଏମ ରହିଥିବା ପ୍ରାର୍ଥୀଙ୍କ ନାମ ମେୟର ଘୋଷଣା କରିଥିଲେ । ଟ୍ରାକସେସନ, ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ୍ ଷ୍ଟାଣ୍ଡିଂ କମିଟି ରାଜ କିଶୋର ଦାସ, ପବ୍ଲିକ ହେଲଥ, ଇଲେକ୍ଟ୍ରିସିଟି, ୱାଟର ସପ୍ଲାଇ, ଡ୍ରେନେଜ ଆଣ୍ଡ୍ ଏନଭାଇରନମେଣ୍ଟ ବିରଞ୍ଚି ନାରାୟଣ ମହାସୂପକାର ପବ୍ଲିକ ୱାର୍କସ୍ ଶ୍ରୀଧର ବେହେରା, ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ ଶ୍ରୀଧର ଜେନା, ଲାଇସେନ୍ସ ଆଣ୍ଡ ଅପିଲ୍ସ ପ୍ରେମାନନ୍ଦ ଜେନା, କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟ ଦୀପକ ମିଶ୍ର, ଗ୍ରୀଭାନସେସ୍ ଆଣ୍ଡ୍ ସୋସିଆଲ ଜଷ୍ଟିସ ବିନୟିନୀ ଜେନା, ସ୍ଲମ ସେଟଲମେଣ୍ଟ ଆଡିସନାଲ ଷ୍ଟାଣ୍ଡିଂ କମିଟ ମହାମାୟା ସ୍ୱାଇଁ ଏବଂ ଏଜୁକେସନ, ରିକ୍ରେସନ ଆଣ୍ଡ୍ କଲଚର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ଶ୍ରୀ ରାମଚନ୍ଦ୍ର ରଣସିଂହ ଓ ସୁଶ୍ରୀ ମୋନାଲିସା ବେହେରା ଦୁଇ ଜଣ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅନ୍ୟ ସମସ୍ତ ପଦବୀରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ସେମାନେ ନିଦ୍ଦ୍ୱର୍ନ୍ଦ୍ୱ ନିର୍ବାଚିତ ହୋଇଥିଲେ । ଏଜୁକେସନ, ରିକ୍ରେସନ ଆଣ୍ଡ୍ କଲଚର ଷ୍ଟାଣ୍ଡିଂ କମିଟିର ୭ ଜଣ ସଦସ୍ୟ ସଦସ୍ୟା ମତଦାନ କରିଥିଲେ । ଗଣତି ପରେ ମେୟର ରାମଚନ୍ଦ୍ର ରଣସିଂହଙ୍କୁ ବିଜୟୀ ବୋଲି ଘୋଷଣା କରିଥିଲେ । ନବ ନିର୍ବାଚିତ ଷ୍ଟାଣ୍ଡିଂ କମଟି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମେୟର ଦାସ ।ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ ।