ଆଜି ସାଉଦି ଆରବରେ ଆଇପିଏଲ ମେଗା ନିଲାମୀ

 ଆଜି ସାଉଦି ଆରବରେ ହେବ ଆଇପିଏଲର ମେଗା ନିଲାମୀ। ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଏହି ନିଲାମୀ ହେବ । ୨୦୪ ସ୍ଥାନ ପାଇଁ ଅଛନ୍ତି ୫୭୭ ଜଣ ଦାବିଦାର ଅଛନ୍ତି । ତିନି ଭାରତୀୟ ଖେଳାଳି ଶ୍ରେୟାସ ଆୟାର, ରିଷଭ ପନ୍ତ ଓ କେଏଲ୍ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ମୁଖ୍ୟ ଆକର୍ଷଣ ସାଜିବେ ୪୩ ବର୍ଷୀୟ ଆଣ୍ଡରସନ୍ ଓ ୧୩ ବର୍ଷୀୟ ବୈଭବ ସୂର୍ୟ୍ୟବଂଶୀ । ଭାରତୀୟ ସମୟ ଅନୁଯାୟୀ, ମେଗା ନିଲାମ ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ । ୧୦ଟି ଟିମରେ ୨୦୪ଟି ସ୍ଥାନ ଖାଲି ରହିଛି । ଏଥିମଧ୍ୟରୁ ୭୦ଟି ବିଦେଶୀ ଖେଳାଳିଙ୍କ ପାଇଁ ରହିଛି । ମୋଟ ୮ଟି ବର୍ଗରେ ଖେଳାଳିଙ୍କ ମୂଲ୍ୟ ନିର୍ଦ୍ଦାରଣ କରା ଯାଇଛି । ଏହି ମେଗା ନିଲାମରେ ୮୨ ଖେଳାଳିଙ୍କ ମୂଳ ମୂଲ୍ୟ ୨ କୋଟି ହୋଇଥିବାବେଳେ ୨୭ ଖେଳାଳିଙ୍କ ମୂଳ ମୂଲ୍ୟ ୧.୫୦ କୋଟି ଟଙ୍କା । ଏଥି ସହିତ ଏହି ତାଲିକାରେ ୨୩ ଜଣ ଖେଳାଳି ଅଛନ୍ତି, ଯାହାଙ୍କର ମୂଳ ମୂଲ୍ୟ ୧ କୋଟି ଟଙ୍କା ।

ପନ୍ତ, ଶ୍ରେୟାସ, ରାହୁଲଙ୍କ ଉପରେ ନଜର
- ଆଜି ଆଇପିଏଲର ୧୮ ତମ ସଂସ୍କରଣ ପାଇଁ ମେଗା ନିଲାମୀ
- ସାଉଦି ଆରବରେ ଦୁଇ ଦିନ ଧରି ଚାଲିବ ମେଗା ନିଲାମୀ
- ଭାରତୀୟ ସମୟ ଦିନ ୩ଟା ୩୦ରୁ ରାତି ୮ଟା ପର୍ୟ୍ୟନ୍ତ ନିଲାମୀ ଚାଲିବ
- ଆଇପିଏଲ୍ ନିଲାମୀରେ ଆକର୍ଷଣ ସାଜିବେ ତିନି ଭାରତୀୟ ଷ୍ଟାର ଖେଳାଳି
- ଶ୍ରେୟାସ ଆୟାର, ରିଷଭ ପନ୍ତ ଓ କେଏଲ୍ ରାହୁଲଙ୍କ ଉପରେ ନଜର
- ୩ ଜଣ ଭାରତୀୟ ଓ ପୂର୍ବରୁ ନିଜ ନିଜ ଦଳର ନେତୃତ୍ବ ନେଇସାରିଛନ୍ତି
- ଶ୍ରେୟାସଙ୍କ ନେତୃତ୍ବରେ ଗତବର୍ଷ ଚାମ୍ପିଅନ୍ ହୋଇଥିଲା କୋଲକାତା ନାଇଟ୍ ରାଇଡର୍ସ
- ପନ୍ତ ଦିଲ୍ଲୀ ଓ କେଏଲ୍ ରାହୁଲ ଲକ୍ଷ୍ନୌ ଦଳର ଅଧିନାୟକ ରହିଥିଲେ
- ଏହି ତିନି ଜଣ ‘ମାର୍କ୍ବି’ ଖେଳାଳି ତାଲିକାରେ ରହିଛନ୍ତି
- ‘ମାର୍କ୍ବି’ ଖେଳାଳି ତାଲିକାରୁ ଆରମ୍ଭ ହେବ ଆଇପିଏଲ୍ ନିଲାମୀ
- ଏହା ପରେ ବ୍ୟାଟର, ଦ୍ରୁତ ବୋଲର, ୱିକେଟ୍ କିପର, ସ୍ପିନର ଓ ଅଲରାଉଣ୍ଡରଙ୍କ ନାଁ ଆସିବ
- ପରେ ଘରୋଇ କ୍ରିକେଟ୍ ଖେଳିନଥିବା ଖେଳାଳିଙ୍କ ନିଲାମ ଆରମ୍ଭ ହେବ