ଶକ୍ତି ଦୁବେ ୟୁପିଏସସି ଟପ୍ପର

ଶକ୍ତି ଦୁବେ ୟୁପିଏସସି ଟପ୍ପର

ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି  । ଶକ୍ତି ଦୁବେ ୟୁପିଏସସି ଟପ୍ପର ହୋଇଛନ୍ତି  । ୧୧୨୯ ପଦବୀ ପୂରଣ ପାଇଁ ୟୁପିଏସସି ପରୀକ୍ଷା ହୋଇଥିଲା  । ସେଥିମଧ୍ୟରୁ ୧୮୦ ଆଇଏଏସ, ୫୫ ଆଇଏଫଏସ, ୧୪୭ ଆଇପିଏସ ପଦବୀ ପାଇଁ ଉଦ୍ଦିଷ୍ଟ ଥିଲା  । ସେହିପରି ଗ୍ରୁପ୍-ଏ ପଦବୀରେ ୬୯୫ ଓ ୧୪୨ ଗ୍ରୁପ୍-ବି ପଦବୀ ପାଇଁ ବି ପରୀକ୍ଷା ହୋଇଥିଲା  ।  ୟୁପିଏସସି ପରୀକ୍ଷାରେ ପ୍ରଥମ ଶହେ ସ୍ଥାନରେ ତିନି ଜଣ ଓଡ଼ିଆ ଅଛନ୍ତି  । ୪୮ତମ ସ୍ଥାନରେ ରିତିକା ରଥ, ୯୫ତମ ସ୍ଥାନରେ ଦେବୀକା ପ୍ରିୟଦର୍ଶିନୀ ଓ ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ ରହିଛନ୍ତି  । ପରୀକ୍ଷାରେ ଶକ୍ତି ଦୁବେ, ହର୍ଷିତା ଗୋଏଲ, ଡୋଙ୍ଗରେ ଅର୍ଚ୍ଚିତ ପରାଗ, ଆକାଶ ଗର୍ଗ, କୋମଲ ପୁନିଆ, ଆୟୂଷୀ ବଂଶଲ, ରାଜ କ୍ରୀଷ୍ଣା ଝା,ଆଦିତ୍ୟ ବିକ୍ରମ ଅଗ୍ରୱାଲ, ମୟଙ୍କ ତ୍ରିପାଠୀ, ଏତୋବୋୟିନା ସାଇ ଶିବାନୀ, ଆଶି ଶର୍ମା, ହେମନ୍ତ, ଅଭିଷେକ ବଶିଷ୍ଠ, ବାନା ଭେଙ୍କଟେଶ, ମାଧବ ଅଗ୍ରୱାଲ, ସଂସ୍କୃତି ତ୍ରିବେଦୀ, ସୌମ୍ୟ ମିଶ୍ର, ବିଭୋର ଭରଦ୍ୱାଜ ଓ ତ୍ରିଲୋକ ସିଂ ପ୍ରଥମ ୨୦ ସ୍ଥାନରେ ରହିଛନ୍ତି  ।  ୧୮୦ ଆଇଏଏସ ପଦବୀ ମଧ୍ୟରୁ ୭୩ ସାଧାରଣ, ୧୮ ଇଡବ୍ଳୁ୍ୟଏସ, ୫୨ ଓବିସି, ୨୪ ଏସସି ଓ ୧୩ ଏସଟିଙ୍କ ପାଇଁ ଉଦ୍ଦିଷ୍ଟ  । ସେହିପରି ଭାରତୀୟ ବୈଦେଶିକ ସେବାରେ ଥିବା ୫୫ ପଦବୀ ମଧ୍ୟରୁ ୨୩ ଜଣ ସାଧାରଣ, ୫ ଇଡବ୍ଳୁ୍ୟଏସ, ୧୩ ଓବିସି, ୯ ଏସସି ଓ ୫ ଏସଟିଙ୍କ ପାଇଁ ସଂରକ୍ଷିତ ରହିଛି  । ସେହିପରି ଆଇପିଏସରେ ଥିବା ୧୪୭ ମଧ୍ୟରୁ ୬୦ ସାଧାରଣ, ୧୩ ଇଡବ୍ଳୁ୍ୟଏସ, ୪୧ ଓବିସି, ୨୨ ଏସସି ଓ ୧୦ ଏସଟିଙ୍କ ପାଇଁ ସଂରକ୍ଷିତ ଅଛି  ।