ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ମୃତ

ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ମୃତ

ଜମ୍ମୁକଶ୍ମୀରର ପହଲଗାମରେ ଆଜି ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡର ଶିକାର ହୋଇଛନ୍ତି ଓଡିଆ ପର୍ଯ୍ୟଟକ । ବାଲେଶ୍ୱର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଗୁଳିମାଡର ଶିକାର ହୋଇ ମୃତୁ୍ୟବରଣ କରିଛନ୍ତି  । ଗତ ୧୯ ତାରିଖ ଦିନ ପନôୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ସେ ଜମ୍ମୁକଶ୍ମୀର ବୁଲିବାକୁ ଯାଇଥିଲେ  । ଆଜି ସେଠାରେ ପୁଅ ଓ ପନôୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ପ୍ରଶାନ୍ତଙ୍କ ମୃତୁ୍ୟ ନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୁଲିସ ସ୍ପଷ୍ଟ କରିଛି । 
ବାଲେଶ୍ୱର ସିପେଟ୍ରେ ପ୍ରଶାନ୍ତ ଶତପଥୀ ଆକାଉଣ୍ଟାଣ୍ଟ ଅଛନ୍ତି । ଏନେଇ ତାଙ୍କ ପନôୀ ପ୍ରିୟଦର୍ଶିନୀ ଗଣମାଧ୍ୟମକୁ କହିଛନ୍ତି, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟାରୁ ୩ଟା ଭିତରେ ସେମାନେ ପହଲଗାମରେ ବୁଲୁଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଆତଙ୍କବାଦୀଙ୍କର ଗୁଳି ସ୍ୱାମୀଙ୍କ ମୁଣ୍ଡରେ ବାଜିଥିଲା  । ସହାୟତା ପାଇଁ ସେଦ୍ଭ ଚିକôାର କରିଥିଲେ  । ପ୍ରାୟ ଦେଢ଼ ଘଣ୍ଟା ପରେ ଘଟଣାସ୍ଥଳରେ ଯବାନମାନେ ପହଞ୍ଚି ଥିଲେ । ମୋ ସ୍ୱାମୀଙ୍କୁ ଚିକିସôା ପାଇଁ ନେଇଯାଇଥିଲେ ବୋଲି ସେ ସୂଚନା ଦେଇଥିଲେ  । କିନ୍ତୁ ପରେ ପ୍ରଶାନ୍ତଙ୍କ କଥା ବୁଝିବା ବେଳେ ସେ ମୃତ ବୋଲି ଜାଣିବାକୁ ମିଳିଥିଲା  ।