ସାଇକେଲ୍‌ ଚଢି ବିଧାନସଭାରେ ପହଞ୍ଚିଲେ : ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର:  ସିଦ୍ଧାନ୍ତ ମହାପାତ୍ର ଚଳିତବର୍ଷ ନିର୍ବାଚନରେ ପ୍ରଥମଥର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମଥର ବିଧାନସଭାକୁ ଯିବା ପାଇଁ ସେ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ସେ ସାଇକେଲରେ ବିଧାନସଭା ଆସିଛନ୍ତି। ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। କେବଳ ଏତିକି ନୁହେଁ, ସମସ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ସାଇକେଲ ବ୍ୟବହାର ପାଇଁ ଅପିଲ କରିଛନ୍ତି। ଏନେଇ ସେ କହିଛନ୍ତି, ମୋ ଘର ଏଇଠୁ ମାତ୍ର ୧.୫ କିଲୋମିଟର। ମୁଁ କ’ଣ ପାଇଁ ଗାଡିରେ ଆସିବି। ଟ୍ରାଫିକ୍‌ ସମସ୍ୟା ମଧ୍ୟ ଅଛି। ଏହାଦ୍ୱାରା କେବଳ ସମୟ ବଞ୍ଚିବ ନାହିଁ, ପରିବେଶ ମଧ୍ୟ ସୁସ୍ଥ ରହିବ। ଆମେ ଯାହା କହୁଛେ, ତାହା କରି ଦେଖାଇବା ମଧ୍ୟ ଆବଶ୍ୟକ।
ସୂଚନାଯୋଗ୍ୟ,୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଉଛନ୍ତି। ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବା ପରେ ଜଣେ ପରେ ଜଣେ ବିଧାୟକ ଶପଥ ପାଠ କରୁଛନ୍ତି।