କାଙ୍ଗାଳ କରିପାରେ ଏଭଳି ସାଧାରଣ ଭୁଲ୍!
Bastu tips

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତିଟି ଜିନିଷକୁ ରଖିବାର ସଠିକ ଦିଗ ଏବଂ ସ୍ଥାନ ରହିଛି । ଯାହାର ପାଳନ କରିବା ଦ୍ୱାରା ଭଲଫଳ ପ୍ରାପ୍ତ ହୋଇଥାଏ । ହେଲେ ଯଦି ସେପରି କରା ନ ଯାଏ ତେବେ ଘରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ସେଭଳି ଗୋଟିଏ ଜିନିଷ ହେଲା ଲକର୍ । କିଛି ନିୟମ ଏପରି ଅଛି, ଯାହାକୁ ପାଳନ କରି କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତିଙ୍କୁ କେବେ ହେଲେ ଧନର ଅଭାବ ହୋଇ ନ ଥାଏ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଲକର୍ ରଖିବାର ସଠିକ ଦିଗ ହେଉଛି ଦକ୍ଷିଣ ଦିଗ । ଲକର୍ରକୁ ଏପରି ରଖନ୍ତୁ ଯେପରି ଲକରର ଦ୍ୱାର ଉତ୍ତର ଦିଗ ଆଡ଼କୁ ଖୋଲିବ । କାରଣ ଉତ୍ତର ଦିଗ ହେଉଛି ଧନର ସ୍ୱାମୀ କୁବେରଙ୍କ ଦିଗ । ଏଭଳି କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ । ସେହିଭଳି ଦକ୍ଷିଣ ଆଡକୁ ତାର ମୁହଁ ଖୋଲିଲେ ଏହାର ବିପରୀତ ଫଳ ମିଳିଥାଏ, ଅର୍ଥାତ୍ ଧନହାନୀ ହୋଇଥାଏ । ଲକର୍ ହେଉ ବା ପର୍ସ, ଆଲମାରୀ ଏବଂ ବାକ୍ସ ହେଉ ଏଗୁଡ଼ିକୁ କେବେହେଲେ ଖାଲି ରଖିବା ଉଚିତ ନୁହେଁ । କାହିଁକି ନା ଏହି ଜିନିଷସବୁ ଖାଲି ରଖିବା ଦରିଦ୍ରତାର ଲକ୍ଷଣ ହୋଇଥାଏ । ସେହିପରି ପର୍ସ ଅଥବା ଲକର୍କୁ ଅପରିଷ୍କାର ହାତରେ ଖୋଲିବା ଉଚିତ ନୁହେଁ । ଏଭଳି କରିବାଦ୍ୱାରା ମାତା ଲକ୍ଷ୍ମୀ କୋପ କରିଥାନ୍ତି ଏବଂ ଧନ ହାନି ହୋଇଥାଏ । ଲକର୍ରେ ଲାଲ୍ ରଙ୍ଗର କପଡ଼ା ବିଛାଇ ରଖିବା ବେଶ୍ ଶୁଭ ହୋଇଥାଏ । କାରଣ ଏହା ମହାଲକ୍ଷ୍ମୀଙ୍କ ସ୍ଥାନ । ଜୋତା, ଚପଲ ଖୋଲି ଏହାକୁ ଖୋଲିବା ଉଚିତ୍ । ଲକର୍ ପାଖରେ କେବେହେଲେ ଝାଡୁ ରଖନ୍ତୁ ନାହିଁ । କାରଣ ଏପରି କରିବାଦ୍ୱାରା ଆପଣଙ୍କ ପରିବାର ଉପରେ ଆର୍ଥିକ ସଙ୍କଟ ଆସିପାରେ ।