ଗତ ୬୦ବର୍ଷ ହେବ ଅନିଦ୍ରା : ଅନେକ ଚିକିତ୍ସା ପରେ ବି ନିଦ ଆସୁନାହିଁ

ଗତ ୬୦ବର୍ଷ ହେବ  ଅନିଦ୍ରା : ଅନେକ ଚିକିତ୍ସା  ପରେ ବି  ନିଦ ଆସୁନାହିଁ

ନୂଆଦିଲ୍ଲୀ:   ଦୁନିଆରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ବର୍ଷବର୍ଷ ହେବ ଶୋଇ ନାହାନ୍ତି। ଜୀବନ ବଞ୍ଚିବା ପାଇଁ ଖାଦ୍ୟ ପାନୀୟ ଓ ବାସଗୃହ ଯେମିତି ନିହାତି ଆବଶ୍ୟକ ସେମିତି ସୁସ୍ଥ ରହିବା ପାଇଁ ପ୍ରତିଦିନ ନିଦ୍ରା ଜରୁରୀ ।

ଭିଏତନାମର ଏକ ଛୋଟ ଗ୍ରାମରେ ଭାଇ ନଗୋକ ବସବାସ କରନ୍ତି। ସେ ଦାବି କରି କହିଛନ୍ତି  , ସେ ୬୦ବର୍ଷ ହେବ ଶୋଇ ନାହାନ୍ତି। ଏହି ଦାବି ସତ ନା ମିଛ ତାହା ଜାଣିବା ପାଇଁ ଅନେକ ଲୋକ ନଗୋକଙ୍କ ସହିତ ରହି ଦିନରାତି ବିତାଇଛନ୍ତି।

ସେମାନେ ବି ଦେଖିବାକୁ ପାଇଥିଲେ ଦିନ ରାତି ବିତି ଯାଇଥିଲେ ହେଁ ନଗୋକ ଶୁଅନ୍ତି ନାହିଁ। ତେବେ କେଉଁ କାରଣ ପାଇଁ ବୃଦ୍ଧଙ୍କ ନିଦ ଆସୁନାହିଁ ତାହାର କାରଣ କେହି ଜାଣି ପାରୁ ନାହାନ୍ତି। ନଗୋକ ଏହି ସମସ୍ୟା ଦେଖି ଅନେକ ଲୋକ ବିଭିନ୍ନ ପ୍ରକାର ପରାମର୍ଶ ଦେଇଛନ୍ତି। ବୃଦ୍ଧ ବି ଯିଏ ଯାହା କହିଥିଲେ କରିବାକୁ ରାଜି ହୋଇଯାଇଥିଲେ କିନ୍ତୁ ଶେଷରେ ସବୁ ପ୍ରାୟସ ଅସଫଳ ‌ରହୁଥିଲା। ଯେତେ ଚିକିତ୍ସା କରି ଔଷଧ ଖାଇଲେ ବି ରାତିରେ ତାଙ୍କୁ ନିଦ ଆସୁ ନାହିଁ।

 ଏମିତି ଆଶା ବାନ୍ଧି ବାନ୍ଧି ଆଜି କି ୬୦ବର୍ଷ ହୋଇଯିବ ମୁଁ ‌‌ଶୋଇପାରୁ ନାହିଁ। ‘ଦିନସାରା ଚାଷ ଜମିରେ କାମ କରି ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ମନରେ ଗୋଟେ ଆଶା ବାନ୍ଧି ହୋଇଯାଇଥାଏ କି ଆଜି ନିଦ ଆସି ଯାଆନ୍ତା କି, ନଗୋକ ନିଜର ଏହି ଅସୁବିଧାକୁ ନେଇ କହିଛନ୍ତି।