ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଫଟୋ ଡାକି ଆଣିବ ଦୁର୍ଭାଗ୍ୟ
ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ବାସ୍ତୁଶାସ୍ତ୍ରରେ ରହିଛି କିଛିଟା ନିୟମ ।
-ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଅସ୍ତ୍ରଶସ୍ତ୍ର କିମ୍ବା ଯୁଦ୍ଧ ସମ୍ବନ୍ଧୀୟ ଫଟୋ ଲଗାଇବା ମଧ୍ୟ ଠିକ୍ ନୁହେଁ। ବିଶେଷକରି ମହାଭାରତ ଯୁଦ୍ଧର ଫଟୋ ଲଗାଇବେ ନାହିଁ। ଏହାଦ୍ୱାରା କୁଆଡ଼େ ଭ୍ରାତୃ ସମ୍ପର୍କରେ ତିକ୍ତତା ଆସିଥାଏ।
- ପାଣିରେ ବୁଡ଼ି ଯାଉଥିବା ଡଙ୍ଗା କିମ୍ବା ଜାହାଜର ଫଟୋକୁ ମଧ୍ୟ କାନ୍ଥରେ ଲଗାଇବା ଉଚିତ୍ ନୁହେଁ। ଏହା ପ୍ରଗତିରେ ବାଧା ସୃଷ୍ଟି କରେ ବୋଲି ବିଶ୍ୱାସ ରହିଛି।
- ବାସ୍ତୁଶାସ୍ତ୍ର ଅନୁଯାୟୀ, ନଟରାଜ ମୂର୍ତ୍ତି ହେଉ ଅବା ଫଟୋକୁ ଘରେ ରଖିବା ଠିକ୍ ନୁହେଁ। କାରଣ ଏଥିରେ ଭଗବାନ ଶିବଙ୍କର ତାଣ୍ଡବ ମୁଦ୍ରା ଦେଖିବାକୁ ମିଳେ; ଯାହାକୁ ବିଧ୍ୱଂସର ପ୍ରତୀକ ବୋଲି କୁହାଯାଏ ।
- ପାଣିରେ ବୁଡ଼ି ଯାଉଥିବା ଡଙ୍ଗା କିମ୍ବା ଜାହାଜର ଫଟୋକୁ ମଧ୍ୟ କାନ୍ଥରେ ଲଗାଇବା ଉଚିତ୍ ନୁହେଁ। ଏହା ପ୍ରଗତିରେ ବାଧା ସୃଷ୍ଟି କରେ ବୋଲି ବିଶ୍ୱାସ ରହିଛି।
ଘରେ ପିଲାମାନଙ୍କର ଫଟୋ ଲଗାଇବା ସୌଭାଗ୍ୟର ସୂଚନା ଦିଏ। ବିଶେଷକରି ନବଦମ୍ପତିଙ୍କ ରୁମ୍ରେ ପିଲାଙ୍କ ଫଟୋ ଲଗାଇବା ଶୁଭଫଳ ଦେଇଥାଏ। କିନ୍ତୁ ଭୁଲ୍ରେ କେବେ ବି କାନ୍ଦୁଥିବା କିମ୍ବା ରାଗିକି ଚାହୁଁଥିବା ପିଲାର ଫଟୋ ଲଗାଇବେ ନାହିଁ, ଏହା ଦୁର୍ଭାଗ୍ୟକୁ ଡାକି ଆଣିଥାଏ।
- ଗୋଲାପ ଫୁଲ ଦେଖିବାକୁ ଖୁବ୍ ସୁନ୍ଦର। ବାସ୍ତୁଶାସ୍ତ୍ରରେ କୁହାଯାଇଛି, ଘରେ ଗୋଲାପ ଫୁଲର ଫଟୋ ଲଗାଇପାରିବେ। କିନ୍ତୁ ଏହାର ଗଛର ଫଟୋକୁ ଲଗାଇବେ ନାହିଁ। କାରଣ ଏଥିରେ ଥିବା କଣ୍ଟା ଘରେ ନକାରାତ୍ମକ ଊର୍ଜ୍ଜା ବୃଦ୍ଧି କରିଥାଏ।