ସାପ କାମୁଡ଼ାରେ ବାପାଝିଅଙ୍କର ମୃତ୍ୟୁ

ସାପ କାମୁଡ଼ାରେ ବାପାଝିଅଙ୍କର ମୃତ୍ୟୁ

ଫୁଲବାଣୀ: ସାପ କାମୁଡ଼ାରେ ବାପାଝିଅ ମୃତ। ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଚାରିଛକ ଠାରେ। ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଉଭୟଙ୍କୁ ସାପ କାମୁଡ଼ିଥିଲା। ଫଳରେ ଉଭୟଙ୍କର ମୃତ୍ୟୁ ଘଟିଛି।  ମୃତକଙ୍କ ଘର ଫୁଲବାଣୀର ଗୁମାଗଡ଼ ଗ୍ରାମର ବୋଲି ଜଣାପଡ଼ିଛି। ଘରେ ଶୋଇଥିବା ବେଳେ ବାପା ସୁଶାନ୍ତ କହଁର ଓ ଝିଅ ଲିପି କହଁରଙ୍କୁ ସାପ କାମୁଡ଼ିଥିଲା। ସାପ କାମୁଡିବା ଜାଣି ବାପା ଚିତ୍କାର କରିଥିଲେ । ଚିତ୍କାର ଶୁଣି ପରିବାର ଲୋକେ ଓ ପଡ଼ୋଶୀ ତୁରନ୍ତ କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।