ଶୋଇଥିବା ବେଳେ ବାପା-ପୁଅଙ୍କୁ ଏସିଡ ମାଡ଼

ଶୋଇଥିବା ବେଳେ ବାପା-ପୁଅଙ୍କୁ ଏସିଡ ମାଡ଼

ଭୁବନେଶ୍ୱର:  କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମରେ ଘର ବାରଣ୍ଡାରେ ଶୋଇଥିବାବେଳେ ବାପା-ପୁଅଙ୍କୁ ଏସିଡ ମାଡ଼ କରାଯାଇଛି।  ଗ୍ରାମର ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ଘର ବାରଣ୍ଡାରେ ଶୋଇଥିଲେ। କେହି ଦୁର୍ବୃତ୍ତ ଆସି ଉଭୟଙ୍କ ଉପରକୁ ଏସିଡ ମାଡ଼ କରି ଫେରାର ହୋଇଯାଇଛି। ପରିବାରବର୍ଗ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କୁ କାହିଁକି ଏସିଡ ମାଡ଼ କରାଯାଇଛି ତାହାର କାରଣ ଜଣାପଡ଼ି ନାହିଁ।ସୂଚନା ମୁତାବକ, ମୋହନ ପନ୍ଦର ନିଜ ୧୨ ବର୍ଷର ପୁଅ ଅନୁଜଙ୍କ ସହ ଘରେ ଶୋଇଥିଲେ । ରାତି ପ୍ରାୟ ୨ଟା ସମୟରେ ଶୋଇଥିବା ଅବସ୍ଥାରେ କେହି ଦୁବୁର୍ତ୍ତ ଆସି ଏସିଡ ଫିଙ୍ଗି ଦୌଡ଼ି ପଳେଇଥିଲେ । ଫଳରେ ଏସିଡ ମାଡରେ ଗୁରୁତର ହୋଇ ଯନ୍ତ୍ରଣାରେ ଚିତ୍କାର କରିଥିଲେ ବାପା ପୁଅ । ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ଏକ ଆମ୍ବୁଲାନ୍ସକୁ ଫୋନ୍‌ କରି ଡାକିଥିଲେ । ଖବର ପାଇ ଘଟଣାସ୍ଥଳରେ ଆମ୍ୱୁଲାନ୍ସ ପହଞ୍ଚିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ସେହି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ତୁମୁଡିବନ୍ଧ ମେଡିକାଲକୁ ନେଇଯାଇଥିଲେ ପରିବାରଲୋକେ ।