ସୋଲାର ରୁଫଟପ ବିପ୍ଳବ ପାଇଁ ସଚେତନତା ଅଭିଯାନ
ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର : ଉତ୍ତର ଓଡ଼ିଶାର ଘର ଓ ବ୍ୟବସାୟ ମଧ୍ୟରେ ଛାତ ଉପରେ ସୌର ଶକ୍ତି ସମାଧାନ ସ୍ଥାପନ କରିବାର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ଉଦେ୍ଦଶ୍ୟରେ ଟିପିଏନ୍ଓଡିଏଲ୍ ପକ୍ଷରୁ ଏକ ଜନ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ।
ଏହା ଅଞ୍ଚଳର ପର୍ଯ୍ୟାପ୍ତ ସୌର ସମ୍ବଳ ଉପଯୋଗ କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳିର ଲାଭ ଉପରେ ଆଲୋକପାତ କରୁଛି ଏବଂ ରାଜ୍ୟର ଅକ୍ଷୟଶକ୍ତି ନୀତି ସହିତ ଯୋଡି ହୋଇଛି ଯାହା ଅକ୍ଷୟ ଶକ୍ତି ପ୍ରତିଟାଟା ପାୱାରର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି । ଏହିଅଭିଯାନରେ ଉଭୟ ବାସିନ୍ଦା, ବାଣିଜି୍ୟକ ଏବଂ ଶିଳ୍ପଗ୍ରାହକ ମାନଙ୍କୁ ସୌରଶକ୍ତି ବ୍ୟବହାର କରିବାର ଆର୍ଥିକ ଏବଂ ପରିବେଶ ଗତଲାଭ ବିଷୟରେ ସେଚତନ କରିବାକୁ ଲକ୍ଷ୍ୟ ରଖାଯାଇଛି । ପିଏମଏସଜିଏମବିୱାଇ ଅଧୀନରେ କେନ୍ଦ୍ରୀୟ ଆର୍ଥିକ ସହାୟତା କାର୍ଯ୍ୟକ୍ରମ ପରି ପ୍ରମୁଖ ପ୍ରୋତ୍ସାହନ ଉପରେ ଏହା ଆଲୋକପାତ କରୁଛି । ଏହି କାର୍ଯ୍ୟକ୍ରମରେ ୧-୨ କିଲୋୱାଟ୍ ସିଷ୍ଟମ ପାଇଁ କିଲୋୱାଟ୍ ପିଛା ୩୦,୦୦୦ ଟଙ୍କାରୁ ଆରମ୍ଭ କରି ୩ କିଲୋୱାଟ୍ ଏବଂ ତା'ଠାରୁ ଅଧିକ ସିଷ୍ଟମ୍ ପାଇଁ ୭୮,୦୦୦ ଟଙ୍କା ପର୍ଯ୍ୟନ୍ତ ଆକଷର୍ଣୀୟ ସବସିଡି ପ୍ରଦାନ କରାଯାଉଛି । ଏହି ଅଭିଯାନକୁ ଟିପିଏନଓଡିଏଲର ସିଇଓ ଦ୍ୱିଜାଦାସ ବସକ ଏବଂ ଟାଟା ପାୱାରର ଜାତୀୟ ଅକ୍ଷୟଶକ୍ତି ମୁଖ୍ୟ କୌଶିକ ସାନ୍ୟାଲ ଉଦଘାଟନ କରିଥେôଲ । ଉନ୍ମୋଚନ ଉତ୍ସବରେ ସୌର ଶକ୍ତିଗ୍ରହଣ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ଅନେକ ଉପଭୋକ୍ତାଙ୍କୁ ‘ଗ୍ରିନ ଚାମ୍ପିଅନ’ ଭାବେ ସମ୍ମାନିତ କରାଯାଇଥିଲା ।