ଏଲଆଇସି ଏଜେଣ୍ଟ ଦାନକଲେ ୨୪ ୟୁନିଟ୍ ରକ୍ତ


ାା ପ୍ରଭାନୁ୍ୟଜ ।ା ଯାଜପୁର : ଯାଜପୁର ରୋଡ ଏଲଆଇସି ଅଫିସ୍ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜୀବନବୀମା ଏଜେଣ୍ଟ ସମନ୍ୱୟ ଓ ସାମାଜିକ ସେବା ସଙ୍ଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ସର୍ବମୋଟ ୨୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ସଙ୍ଗଠନର ସଭାପତି ଦୂର୍ଯୋଧନ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରକୁ ଯାଜପୁର ରୋଡ ଏଲଆଇସି ଶାଖା ପରିଚାଳକ ଗତିକୃଷ୍ଣ ପାତ୍ର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ସ୍ଥାନୀୟ ଯାଜପୁର ରୋଡ କ୍ଷେତ୍ରୀୟ ଚିକିତ୍ସାଳୟର ଡାକ୍ତର ଗୌତମ ସାହୁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଯାଜପୁର ଶାଖାରେ କାର୍ଯ୍ୟରତ ଏଜେଣ୍ଟମାନେ ରକ୍ତଦାନ କରିଥିଲେ । ସମ୍ପାଦକ ଶ୍ରୀଧର ଦାସ, ବରିଷ୍ଠ ଏଜେଣ୍ଟ ମାନଗୋବିନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଅମୂଲ୍ୟ କାମାର ଦାଶ, ଉପ-ସଭାପତି ଉଦୟ ନାୟକ, ସହ-ସମ୍ପାଦକ ଅମରେଶ ମିଶ୍ର, ଅନିରୁଦ୍ଧ ମିଶ୍ର, ଜୟରାମ ସାହୁ, ପ୍ରମୋଦ କୁମାର ପାଢୀ, ଦିଲ୍ଲୀପ କୁମାର ସାହୁ, ଅଇଁଠୁ ସାହୁ, ନରେନ୍ଦ୍ର ସାହୁ, ଧରଣୀଧର ସାମଲ, ଅଶୋକ କୁମାର ଓଝା, ପ୍ରଦୀପ କୁମାର କର, ଅଲେଖ ନାୟକ, ମନମୋହନ ପ୍ରଧାନ, ନିରାକାର ସାହୁ, ମନୋଜ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଯାଜପୁର ରୋଡ ଏଲଆଇସି କାର୍ଯ୍ୟାଳୟ ଏବଂ ସ୍ଥାନୀୟ କ୍ଷେତ୍ରୀ ଚିକିତ୍ସାଳୟର ବ୍ଲଡବ୍ୟାଙ୍କ ତରଫରୁ ସହାୟତା ଯୋଗାଇ ଦିଆଯାଇଥିଲା ।