ହାତୀ ଘଉଡାଇବା ବେଳେ ସ୍କ୍ୱାର୍ଡ କର୍ମଚାରୀଙ୍କ ମୃତୁ୍ୟ
ାା ପ୍ରଭାନୁ୍ୟଜ ।ା କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ନରଣପୁର ସେକ୍ସନ ଝାରବେଡା ଗ୍ରାମ ନିକଟରେ ଗତକାଲି ରାତିରେ ହାତୀ ଘଉଡାଇବାବେଳେ ଜଣେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କ ମୃତୁ୍ୟ ହୋଇଛି । ମୃତକ କର୍ମଚାରୀଙ୍କ ନାମ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ(୪୫) । ଗତକାଲି ସଦର ରେଞ୍ଜ ଝାରବେଡା ଗ୍ରାମ ନିକଟରେ ୬ ଟିକିଆ ହାତୀ ପଲ ବିଲରେ ପଶି ଧାନ ଫସଲ ନଷ୍ଟ କରୁଥିବା ସୂଚନା ପାଇବା ପରେ ସଦର ରେଞ୍ଜର ଅଜିତ୍ କୁମାର ଦାସ, ନରଣପୁର ଫରେଷ୍ଟର କାଳନ୍ଦି ସାମଲଙ୍କ ସହ ସ୍କ୍ୱାର୍ଡ କର୍ମଚାରୀ ଉକ୍ତ ଅଂଚଳକୁ ହାତୀ ଘଉଡାଇବାକୁ ଯାଇଥିଲେ । ହାତୀ ଘଉଡାଇବାବେଳେ ହଠାତ୍ ଏକ ଦନ୍ତା ହାତୀ ଗୋଠରୁ ଅଲଗା ହୋଇ ବନ କର୍ମଚାରୀଙ୍କୁ ଗୋଡାଇଥିଲା । ସମସ୍ତ ବନ କର୍ମଚାରୀ ଦୌଡି ପଳାଇଥିବାବେଳେ ବସନ୍ତ ପଡି ଯିବାରୁ ଦନ୍ତା ହାତୀ ହାବୁଡରେ ପଡି ଯାଇଥିଲା । ଦନ୍ତାଟି ତାଙ୍କୁ ଟେକି କଚାଡି ଦେଇଥିଲା । ଗୁରୁତର ଅବସ୍ଥାରେ ବସନ୍ତଙ୍କୁ କେନ୍ଦୁଝର ମୁଖ୍ୟ ଚିକିସôାଳୟକୁ ଅଣାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ କ୍ଷତିପୂରଣ ଏବଂ ପରିବାରର ଜଣଙ୍କୁ ଚାକିରୀ ଦେବାକୁ ଦାବି କରିଛନ୍ତି । ସର୍ଭିସ ପ୍ରୋଭାଇଡର ଦ୍ୱାରା ତାଙ୍କୁ ୧ ଲକ୍ଷ ୫୨ ହଜାର ଟଙ୍କା ଏବଂ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ ବୋଲି ଡିଏଫ୍ଓ ଧନରାଜ ଏଚ୍ଡି ପ୍ରକାଶ କରିଛନ୍ତି । ଜଙ୍ଗଲ କ୍ଷୟ ଏବଂ ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଅଭାବ କାରଣରୁ ଜନବସତି ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।