ବ୍ଲକସ୍ତରୀୟ ଜଳ ବିଭାଜିକା ମହୋସବ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉରୁମୁଣ୍ଡା ଗ୍ରାମରେ ବ୍ଲକସ୍ତରୀୟ ୱାଟରସେଡ ଯାତ୍ରା ତଥା ଜଳ ବିଭାଜିକା ମହୋସôବ-୨୦୨୫ର ଶୁଭାରମ୍ଭ ହୋଇଯାଇଛି । ପ୍ରକଳ୍ପ ନିଦେ୍ର୍ଦଶକ ଜଳ ବିଭାଜିକା, କେନ୍ଦୁଝର ଆନୁକୂଲ୍ୟରେ ବାଂଶପାଳ ବ୍ଲକର କୁମୁଣ୍ଡି ପଂଚାୟତ ଉରୁମୁଣ୍ଡା, ଉପର ରାଇଗୋଡା ପଂଚାୟତର କମଗାଁ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।
ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡାକ୍ତର ଫକରୀ ମୋହନ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଭାଗ ଦ୍ୱାରା ଚାଲିଥିବା ବିଭିନ୍ନ ଯୋଜନାର ଲାଭ ନେବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି କ୍ଷେତ ପୋଖରୀ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ଆଡିବନ୍ଧ, ବନୀକରଣ କାର୍ଯ୍ୟରେ ଚାଷୀମାନେ ସାମିଲ ହେବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । କ୍ଷେତ ପୋଖରୀରେ ଚାଷୀମାନେ କୃଷି, ଉଦ୍ୟାନ କୃଷି,ମସô୍ୟ ଏବଂ ପଶୁ ସମ୍ପଦ ବିଭାଗର ସହଯୋଗରେ ବିଭିନ୍ନ ପ୍ରକଳ୍ପ କରି ଲାଭାନ୍ୱିତ ହୋଇପାରିବେ ବୋଲି ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ଦୈତାରୀ ନାଏକ ଏହି ଅଂଚଳରେ ଅଧିକ ଜଳସେଚନର ବ୍ୟବସ୍ଥା କଲେ ଚାଷୀମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି କହିଥିଲେ । ଜଳ ବିଭାଜିକା, ଉପନିଦେ୍ର୍ଦଶକ ଅଶୋକ କୁମାର ସେନାପତି ଜଳ ବିଭାଜିକା ବିଭାଗ ଦ୍ୱାରା ଚାଲିଥିବା ବିଭିନ୍ନ ସ୍କିମ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଭାଜପା ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଜିଲ୍ଲାରେ ଏହି ବିଭାଗ ଦ୍ୱାରା ବାଂଶପାଳ ବ୍ଲକରେ ଅଧିକରୁ ଅଧିକ କ୍ଷେତ ପୋଖରୀ କରିବାକୁ ବିଭାଗକୁ ପରାମର୍ଶ ଦେଇଥିଲେ । ବାଂଶପାଳ ବ୍ଲକର ନବନିଯୁକ୍ତ ବିଡିଓ ରାଜା ରଣଜିତ୍ ଦେଓ ବ୍ଲକର ବିଭିନ୍ନ ଯୋଜନା ସହ ଜଳ ବିଭାଜିକାର ବିଭିନ୍ନ ଯୋଜନା ସହିତ କନଭରଜେନ୍ସ କରି ଲୋକଙ୍କୁ ଅଧିକରୁ ଅଧିକ କର୍ମନିଯୁକ୍ତି ଦିଆଯିବ ଏବଂ ଆତ୍ମ ନିର୍ଭରଶୀଳ ପାଇଁ ପ୍ରୋସôାହନ ଯୋଗାଇ ଦିଆଯିବ ବୋଲି କହିଥିଲେ । ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସୁବିନିଯୋଗ ସହିତ ଜଳ ଓ ମୁର୍ତ୍ତିକା ସଂରକ୍ଷଣ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହା ପରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ ହୋଇଥିଲା । ଏହି ଉପଲକ୍ଷେ ଭୂମି ଓ ଜଳ ସଂରକ୍ଷଣ ଶପଥ ପାଠ କରାଯାଇଥିଲା । ଗ୍ରାମର ଶତାଧିକ ପୁରୁଷ ଓ ମହିଳାଙ୍କ ଦ୍ୱାରା ଶ୍ରମଦାନ କରାଯାଇ ବୃକ୍ଷରୋପଣ କରାଯାଇଥିଲା । ବାଂଶପାଳ ବ୍ଲକର ସଫଳ ଚାଷୀ ଏବଂ ୱାଟରସେଡ ଯୋଦ୍ଧାମାନଙ୍କୁ ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ପ୍ରଦୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକସ୍ତରୀୟ ଜନ ସଚେତନତା ଶିବିରରେ ବହୁ ଚାଷୀ ଯୋଗ ଦେଇଥିଲେ ।