ଜବର ଦଖଲ ଉଚ୍ଛେଦକୁ ବିରୋଧ ,୧୫ ଦିନ ସମୟ ନେଲେ ଜବରଦଖଲକାରୀ
ାା ପ୍ରଭାନୁ୍ୟଜ ।ା ତିହିଡି: ଭଦ୍ରକ ଜିଲ୍ଲା ତିହିଡି ତହସିଲ ତାଳପଦା ପଞ୍ଚାୟତ ଅଧିନ କାନ୍ତକବି ସ୍ମୃତି ପୀଠରୁ ବୈକୁଣ୍ଠସାହି ଦେଇ ଭୁଇଁଆ ଉଆସରେ ସଂଯୋଗ ହୋଇଥିବା ସରକାରୀ ରାସ୍ତା ଜବର ଦଖଲ ହୋଇଥିବା ଅଭିଯୋଗ ମୂଳେ ହାଇକୋର୍ଟ ନିଦେ୍ର୍ଦଶ ମୁତାବକ ଜବର ଉଚ୍ଛେଦ କରିବା ଲାଗି ନିଷ୍ପତି ହୋଇଛି । ରାସ୍ତାକୁ ଲାଗିଥିବା ଏକ ପକ୍କା ଘର ଭଙ୍ଗା ଯିବାକୁ ଆଦେଶ ମଧ୍ୟ ହୋଇଛି । ଏନେଇ ତହସିଲ ପକ୍ଷରୁ ପୋଲିସ ଫୋର୍ସ ସହ ଗୁରୁବାର ସେଠାରେ ପହଁଞ୍ଚô ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ବୈକୁଣ୍ଠସାହିର ଚନ୍ଦ୍ରଶେଖର ବେହେରା ଓ ତାଙ୍କ ସ୍ତ୍ରୀ ସରପଞ୍ଚ ଜୟଶ୍ରୀ ବେହେରାଙ୍କ ସମେତ ପରିବାରର ଅନ୍ୟମାନେ ଏହାକୁ ବିରୋଧ କରିଥିଲେ । ଘରେ ଜଣେ ରୋଗୀ ରହୁଛନ୍ତି ଏବଂ ଘରଟି ଭଙ୍ଗାଗଲେ ବ୍ୟାପକ କ୍ଷତି ହେବ ବୋଲି କହିବା ସହିତ ସେମାନଙ୍କ ମାତ୍ର ୧୫ ଦିନ ମହୁଲତ ଦେବାକୁ ତହସିଲଦାରଙ୍କୁ ନିବେଦନ କରିଥିଲେ । ଏହାରି ମଧ୍ୟରେ ସେମାନେ ଜବର ଦଖଲ ମୁକ୍ତ କରିଦେବେ ନଚେତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲେ ଆପତ୍ତି କରିବେ ନାହିଁ ବୋଲି ଗୁହାରୀ କରିବା ପରେ ଏହି ପ୍ରକ୍ରିୟା ବନ୍ଦ ରହିଥିବା ଜଣାଯାଇଛି । ସୂଚନା ମୁତାବକ, ଏହି ରାସ୍ତାଟି ଜବର ଦଖଲ ହୋଇଛି । ପ୍ରଥମେ ତହସିିଲଦାର ଓ ପରେ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମାତ୍ର କୌଣସି ପଦକ୍ଷେପ ନିଆଯାଇନଥିବାରୁ ଶେଷରେ ୨୦୨୩ ମସିହାରେ ସେହି ଗାଁର ଶ୍ରୀକାନ୍ତ ଦଳେଇ ନାମକ ଜଣେ ବ୍ୟକ୍ତି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହାର ବି·ର କରି ଜବର ଦଖଲ ହଟାଇବା ଲାଗି ନିଦେ୍ର୍ଦଶ ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ ଜବର ଦଖଲକାରୀଙ୍କୁ ନୋଟିସ ଜାରି କରାଯାଇଥିଲା । ଗୁରୁବାର ପୂର୍ବାହ୍ନରେ ତହସିଲଦାର ଜୟଦ୍ରଥ ଆ·ର୍ଯ୍ୟ, ଆରଆଇ ମୀନକେତନ ଦାସଙ୍କ ସମେତ ଅନ୍ୟାନ୍ୟ କର୍ମ·ରୀ, ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ସମେତ କେତେକ ଅଫିସର ଓ ଦୁଇ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିଲେ ।