ଶ୍ରୀମନ୍ଦିରରେ ଦର୍ଶନ ପାଇଁ ୱେବସାଇଟ୍‌ରେ ଟଙ୍କା କାରବାର!

ଶ୍ରୀମନ୍ଦିରରେ ଦର୍ଶନ ପାଇଁ ୱେବସାଇଟ୍‌ରେ ଟଙ୍କା କାରବାର!

ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କରାଇବା ପାଇଁ ଟଙ୍କା ମାଗୁଛି ଏକ ୱେବସାଇଟ୍‌। ଇଣ୍ଡିଆ ଥ୍ରିଲସ୍ ନାମକ ୱେବସାଇଟ୍ ଟଙ୍କା ମାଗୁଛି ବୋଲି ଅଭିଯୋଗ ହୋଇଛି। ବିଭିନ୍ନ ବର୍ଗର ଦେୟମୁକ୍ତ ଦର୍ଶନ ନେଇ ୱେବସାଇଟ୍‌ରେ ତଥ୍ୟ ରହିଛି। ଜଗନ୍ନାଥ ଦର୍ଶନ ପାଇଁ ୫୦,୧୦୦,୫୦୦ ଟଙ୍କା ରେଟ୍ ଚାର୍ଟ ରଖାଯାଇଛି। ସ୍ୱତନ୍ତ୍ର ଦର୍ଶନ ପାଇଁ ୫୦, ଶୀଘ୍ର ଦର୍ଶନ-୧୦୦, ଭିଆଇପି ଦର୍ଶନ-୫୦୦ ଟଙ୍କା ଉଲ୍ଲେଖ ରହିଛି। ଏଭଳି ସାଇଟ୍‌ଠାରୁ ଦୂରେଇ ରହିବା ହିତଦାୟକ। ଶନିବାର ଖବର ଆସିଥିଲା ଯେ, ଅନଲାଇନରେ ମହାପ୍ରଭୁଙ୍କ ପୂଜା ପାଇଁ ଏକ ଅପ୍ଲିକେସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପୂଜା ପରିସେବା ଡଟ୍ କମ୍ ଆପ୍ଲିକେସନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଆପ୍ଲିକେସନରେ ୪ ପ୍ରକାର ପୂଜା ପାଇଁ ଅଲଗା ଅଲଗା ଦର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅଭିଷେକ ପୂଜା, ତୁଳସୀ ଦାନାପୂଜା, ସାଧାରଣ ଦର୍ଶନ ଏବଂ ଚତୁର୍ଦ୍ଧାବିଗ୍ରଙ୍କ ପୂଜା ଏଥିରେ ସାମିଲ କରାଯାଇଛି।ଶୁଖିଲା ଭୋଗ ଦିଆଯିବା ନେଇ ମଧ୍ୟ ଅନଲାଇନ୍ ଆପ୍ଲିକେସନରେ ଉଲ୍ଲେଖ ରହିଛି। ସାଇବର ଟିମ୍ ସହ ଆଲୋଚନା କରି ପଦକ୍ଷେପ ନେବୁ ବୋଲି କହିଲେ ଏସପି। ପୁରୀ ଏସପି ପ୍ରତୀକ ସିଂ ଏମାନଙ୍କ କଥାରେ ନ ପଡ଼ିବାକୁ ଅପିଲ୍ କରିଛନ୍ତି।