କିରାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାରେ ଖଡ଼ିଆଳ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁଚରଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଅବସର ଗ୍ରହଣ କରିଥିବା କିରାଣୀ ମେଘନାଦ ମେହେର, ଖଡ଼ିଆଳ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଦ୍ୱୟ ଜୟଦେବ ପଣ୍ଡା ଓ ପରେଶ କୁମାର ପଣ୍ଡା,ଅବସର ପ୍ରାପ୍ତ ବିଆରସିସି ବୋଲଧର ନାଗ, ହେଡ କିରାଣୀ ପୁଷ୍ପକେତୁ ମାଝୀ ମଞ୍ଚାସୀନ ରହି ଅବସର ଗ୍ରହଣ କରିଥିବା ମେଘନାଦ ମେହେରଙ୍କ ଜୀବନୀ ସହିତ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ୧୩ ବର୍ଷ କାମ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ପରେ ଶ୍ରୀ ମେହେରଙ୍କୁ ଭାଗବତ ଗୀତା ସହିତ ବିଭିନ୍ନ ଉପହାର ଦେଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବୈଠକରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମସ୍ତ କର୍ମଚାରୀ, ସମସ୍ତ ସିଆରସିସି ଯୋଗଦାନ କରି ଗୋଟି ଗୋଟି କରି ଶ୍ରୀ ମେହେରଙ୍କ ଗୁଣଗାନ କରିଥିଲେ । ସିଆରସିସି ପ୍ରଫୁଲ ବେହେରା ମଞ୍ଚ ପରିଚାଳନା କରିଥିବା ବେକେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କିରାଣୀ ଜଳନ୍ଧର କେତକୀ ଧନ୍ୟବାଦ ଅର୍ପଣ କରିଥିଲେ ।