ମିଶନ ଶକ୍ତି ଏମ୍ବିକେଙ୍କ ଲାପଟପ୍ କିଣାରେ ଚଞ୍ଚକତା ! ତନଖି କରିବେ କି ମୋହନ ସରକାର


ାା ପ୍ରଭାନୁ୍ୟଜ ।ା ଯାଜପୁର:  ମିଶନ ଶକ୍ତି ଉପରେ ବିଶେଷ ଭରସା କରିଥିବା ପୂର୍ବର ବିଜେଡ଼ି ସରକାର ନିର୍ବାଚନ ନିର୍ବାଚନ ପୂର୍ବରୁ ମହିଳା ମାନଙ୍କ ଭୋଟ ହାତେଇବାକୁ ହାତଖୋଲି ଦେଇଥିଲେ ।  ହାତଖୋଲା ଅର୍ଥବଣ୍ଟନ ସହ ଏମବିକେ ମାନଙ୍କୁ ଲପଟପ ଯୋଗାଇ ଦିଆଯିବାକୁ ଘୋଷଣା କରିଥିଲେ । ଆଉ ଲାପଟପ କିଣିବାକୁ ୫୦ହଜାର ଲେଖାଁଏ ଟଙ୍କା ଯୋଗାଇ ଦିଆଯିବାକୁ ଘୋଷଣା କରିଥିଲେ । ଚଳିତ ବର୍ଷ ଫେବ୍ରୁଆରି ୧୫ ତାରିଖରେ ମିଶନ ଶକ୍ତିର ଉପ ସଚିବ ଆଶିଷ ରଞ୍ଜନ ସାହୁ ରାଜ୍ୟର ସମସ୍ତ ଡ଼ିଏସଡବ୍ଲୁଓଙ୍କୁ ପତ୍ର ଲେଖି ଏସମ୍ପର୍କିତ ସୂଚନା ଓ ନିଦେ୍ର୍ଦଶନାମା ଜାରି କରିବା ସହ ଯେଉଁ ଜିଲାରେ ଯେତେଜଣ ଏମବିକେ ଅଛନ୍ତି ପ୍ରତ୍ୟେକ ୫୦ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିଲେ । ହେଲେ ଲାପଟପ କିଣାରେ ବଡ଼ ଚଞ୍ଚକତା ହୋଇଥିବାର ଅଭିଯୋଗ ହୋଇଛି । ଯାହାର ବୈଷୟିକ ଟିମ୍ ଦ୍ୱାରା ତଦନ୍ତ କରାଗଲେ ବିଜେଡ଼ି ସରକାର ଅମଳର ଲାପଟପ ଯୋଜନାରେ ହୋଇଥିବା ବଡ଼ କେଳେଙ୍କାରୀର ପର୍ଦ୍ଦାଫାସ ହୋଇପାରନ୍ତା । ଖବର ମତେ ମିଶନ ଶକ୍ତି ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ନେଇ ଗଠିତ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର ରେକର୍ଡ ପତ୍ରକୁ କମ୍ପୁଟରାଇଜ କରିବା ଲକ୍ଷ୍ୟରେ ଏହା ଅନ୍ତର୍ଗତ କାର୍ଯ୍ୟରତ ରାଜ୍ୟର ସମସ୍ତ ୫୬୪୨ ଜଣ ମାଷ୍ଟର ରେକର୍ଡÿ କିପର୍ (ଏମବିକେ)ଙ୍କୁ ରାଜ୍ୟ ସରକାର ଗୋଟିଏ ଲାପଟପ୍ କିଣିବା ପାଇଁ୫୦ହଜାର ଟଙ୍କା ଲେଖାଏଁ କରି ମୋଟ ୨୮କୋଟି ୨୧ଲକ୍ଷ ଟଙ୍କା ଦେଇଥିଲେ । ସର୍ବାଧିକ ଗଞ୍ଜାମ ଜିଲାର୪୧୧ ଏମବିକେଙ୍କ ପାଇଁ ୨କୋଟି ୫ଲକ୍ଷ ୫୦ହଜାର ଅର୍ଥ ଯୋଗାଇ ଦିଆଯାଇଥିବା ବେଳେ ସେହି କ୍ରମରେ ଯାଜପୁର ଜିଲାର ମୋଟ ୩୧୧ ପଞ୍ଚାୟତର ୩୦୯ଟି ଗ୍ରାମ ପଞ୍ଚାୟତ ମହାସଂଘ ନିମନ୍ତେ କାର୍ଯ୍ୟରତ ୨୪୦ଜଣ ଏମବିକେଙ୍କ ବାବଦରେ ମୋଟ ୧କୋଟି ୨୦ଲକ୍ଷ ଟଙ୍କା ଜିଲା ସମାଜ କଲ୍ୟାଣ ଅଧିକାରୀ (ଡ଼ିଏସଡବ୍ଲୁଓ)ଙ୍କୁ ପ୍ରଦାନ କରାଯାଇଥିଲା । ଅର୍ଥ ପ୍ରଦାନ ପରେ ହିଁ ଚଞ୍ଚକତାର ବାଟ ଫିଟିଥିଲା । ମିଶନ ଶକ୍ତିର ଉପ ସଚିବ ନିଦେ୍ର୍ଦଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ଯେ ଡ଼ିଏସଡବ୍ଲୁଓ ମାନେ ପ୍ରତି ବ୍ଲକରେ କାର୍ଯ୍ୟରତ ଏମବିକେ ପିଛା ସେହି ୫୦ହଜାର ଟଙ୍କା ଲେଖାଏଁ ଅର୍ଥରାଶି ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘ (ବିଏଲଏଫ୍)କୁ ପ୍ରଦାନ କରିବେ । ବିଏଲଏଫ୍ ପକ୍ଷରୁ ଉକ୍ତ ଅର୍ଥରାଶିକୁ ଏମବିକେମାନଙ୍କୁ ସେମାନଙ୍କ ବ୍ୟାଙ୍କ ଜମାଖତା ମାଧ୍ୟମରେ ପ୍ରଦାନ କରିବେ । ଏମବିକେମାନେ ଯେକୌଣସି ବି ବ୍ରାଣ୍ଡର କିନ୍ତୁ ନିଦେ୍ର୍ଦଶିତ ସ୍ପେସିଫିକେସନ୍ ଥିବା ଏବଂ ଆସେମ୍ଲିଂ ହୋଇ ନ ଥିବା ଲାପଟପ୍ ହିଁ କିଣି ତାହାକୁ ବିଏଲଏଫ୍ ନିକଟରେ ଜମା ପଞ୍ଜିକରଣ କରାଇବା ପରେ ହିଁ ବ୍ୟବହାର କରିବେ । ମିଶନଶକ୍ତି ବିଭାଗ ପକ୍ଷରୁ ନିଦେ୍ର୍ଦଶ ଅନୁସାରେ ଲାପଟପ୍ ସବୁ ୱିଣ୍ଡୋଜ୍-୧୧ ଭର୍ସନ୍, ୧୦/୧୧ ଜେନେରେସନ୍ ଆଇ-୩ କୋର୍ ପ୍ରସେର୍ସ, ୫୧୨ଜିବି ହାର୍ଡ ଡିସ୍କ ଓ ୮ଜିବି ରାମ୍ ସହିତ ଏକ ଲାପଟପ୍ ବ୍ୟାଗ୍ ଏବଂ ବ୍ୟାକଲିଟ୍ କି-ବୋର୍ଡÿ କ୍ରୟ କରାଯିବ । ଯାହାକି ଏଚ୍ପି ବ୍ରାଣ୍ଡର ୫୩୨୭ ମଡ଼େଲ୍ ଲାପଟପ୍ ସହିତ ପ୍ରାୟ ସମାନ । ଏତଦଭିନ୍ନ ଲାପଟପ୍ କ୍ରୟ କଲେ ତାହା ଗ୍ରହଣୀୟ ହେବ ନାହିଁ । କିନ୍ତୁ ବିଭାଗ ପକ୍ଷରୁ ଜାରି ଏହି ନିଦେ୍ର୍ଦଶନାମା ଅନୁସାରେ ଅନେକ ଏମବିକେ ଲାପଟପ୍ କିଣିଥିଲେ ମଧ୍ୟ ଏହାକୁ ଅମାନ୍ୟ କରି କିଛି ଏମବିକେ ଆସେମ୍ଲିଂ ପ୍ରସ୍ତୁତ ଲାପଟପ୍ କ୍ରୟ କରି ଏବଂ ଅନ୍ୟ କେତେକ ପୁରୁଣା ଲାପଟପକୁ ନୂଆ କ୍ରୟ ହୋଇଥିବା ଦର୍ଶାଇ ଜାଲ ଜିଏସଟି ବିଲ୍ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଛି । କିଛି ବ୍ଲକର ଏମବିକେ ତ ଏଯାଏଁ ବି ଲାପଟପ୍ କିଣି ନଥିବା ସୂଚନା ରହିଛି । ଅନ୍ୟପଟେ ବିଞ୍ଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ବ୍ଲକ ପ୍ରକଳ୍ପ ପରିଚାଳକ ବ୍ଲକ ମିଶନ ଶକ୍ତି ମହାସଂଘର କାର୍ଯ୍ୟରେ ଅନଧିକୃତ ଭାବେ ହସ୍ତକ୍ଷେପ କରି ଏମବିକେ ମାନଙ୍କୁ ସିଧାସଳଖ ଲାପଟପ୍ କିଣିବାକୁ ସୁଯୋଗ ନଦେଇ ଏକ ଅଣ ସ୍ୱୀକୃତିପ୍ରାପ୍ତ ଡିଲରଙ୍କଠାରୁ ଲାପଟପ୍ କିଣି ତାହାକୁ ଏମବିକେ ମାନଙ୍କୁ ଯୋଗାଇ ଦେଇ ସମ୍ପୃକ୍ତ ଡିଲରଙ୍କ ମାଧ୍ୟମରେ ଆର୍ଥôକ ମୁନଫା ଉଠାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଯଦି କୌଣସି ଅଧିକାରୀ କେବେ ପଚାରିବେ ତେବେ ବ୍ଲକ ପକ୍ଷରୁ ଲାପଟପ୍ ଯୋଗାଇ ଦିଆଯାଇଥିବା ନେଇ କହିବାକୁ ଏମବିକେ ମାନଙ୍କୁ କୁଆଡ଼େ କୁହାଯାଉଛି । ଯାଜପୁର ଜିଲାପାଳ ଏଭଳି ଚଞ୍ଚକତା ଓ ଦୁର୍ନୀତି ଅଭିଯୋଗ ଉପରେ ବ୍ୟକ୍ତିଗତ ଭାବେ ତଦନ୍ତ ସହ ଜିଲାର ବୈଷୟିକ ଟିମ୍ ଦ୍ୱାରା ଅଦ୍ୟାବଧି କ୍ରୟ କରାଯାଇଥିବା ଲାପଟପ୍ ଗୁଡ଼ିକର ସ୍ପେସିଫିକେସନ୍ ତନଖି କରିବାକୁ ଦାବି ହେଉଛି । ତେବେ ଲାପଟପ କିଣାରେ ଚଞ୍ଚକତା କେବଳ ଯେ ଯାଜପୁରରେ ହୋଇଛି, ତାହା ନୁହେଁ ରାଜ୍ୟର ପ୍ରତ୍ୟେକ ଜିଲାରେ ହୋଇଥିବାର ଆଶଙ୍କା କରାଯାଉଛି । ଏଣୁ ମୋହନ ସରକାର ଏହା ଉପରେ ବୈଷୟିକ ଟିମଦ୍ୱାରା ତଦନ୍ତ କରାଇଲେ ଲାପଟପ କିଣାରେ ହୋଇଥିବା ଚଞ୍ଚକତାର ପର୍ଦ୍ଦାଫାସ ହୋଇପାରନ୍ତା ।